Webportal

ଅନୁଗୁଳ ପୌରପାଳିକା କର୍ମଚାରୀଙ୍କ ନିଆରା ଢଙ୍ଗରେ ଅମୃତ ମହୋତ୍ସବ ପାଳନ

0 470

ସାରା ଦେଶ ଏବେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି।ଅନୁଗୁଳ ପୌରପାଳିକା ଏଥିରୁ ବାଦ ଯାଆନ୍ତା କେମିତି।

ସଫେଇ ବା ଅଳିଆ ଉଠାଇବାକୁ ମାସିକ ଫିସ ସହର ବାସୀଙ୍କ ପାଖରୁ ଆଦାୟ କରାଯାଉଛି।ଅଳିଆ ଠିକ ଭାବେ ଉଠୁଛି କି ନା ଏହା ତ ସ୍ଥାନୀୟ ବାସିନ୍ଦା ଭଲ ଭାବେ ଜାଣିଛନ୍ତି।ଏହା ଉପରେ ଏକ ଲମ୍ବା ଚର୍ଚ୍ଚା ର ଆବଶ୍ୟକତା ରହିଛି ଯାହା କି ଆଉ କେବେ କରିବା।

ଏବେ ଜାଣିବା କିପରି ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରାଯାଉଛି।ଅଳିଆ ଉଠାଇବା ପାଇଁ ଆଦାୟ ହେଉଥିବା ମାସିକ ଫିସ କୁ ଆଦାୟ କରୁଥିବା ଜୈନିକ କର୍ମଚାରୀ ଙ୍କ ବିଷୟରେ ଅଭିଯୋଗ ଆସିଛି ଯେ ତାଙ୍କ ପାଖରେ କିଏ କେତେ ଟଙ୍କା ଦିଅନ୍ତି ଆଦି କୌଣସି ତଥ୍ୟ ରହୁନାହିଁ।ସେ ପୂର୍ବ ରସିଦ ଦେଖାଇବାକୁ କହୁଛନ୍ତି।ଯଦି କିଏ ପୂର୍ବ ରସିଦ ଦେଖେଇ ନ ପାରୁଛି ତେବେ ଖରାପ ବ୍ୟବହାର କରାଯାଉଛି।ଏହା ସହିତ ପୂର୍ବରୁ ଜଣେ ବାର ମାସ ର ଦେୟ ଦେଇଥିଲେ ମଧ୍ୟ ତାଙ୍କ ରେଜିଷ୍ଟର ରେ ଏଗାର ମାସର ଏଣ୍ଟ୍ରି ରହୁଛି।ଅଭିଯୋଗ କଲେ ମନଇଚ୍ଛା ମାସିକ ଫିସ ବଡେଇବାର ଧମକ ଦିଆଯାଉଛି।

କର୍ମଚାରୀଙ୍କ ଏହିପରି ଦବଙ୍ଗଗିରି ପାଇଁ ନିଶ୍ଚିତ ଭାବେ ଏତେ ପରିଶ୍ରମ କରୁଥିବା ନଗରପାଳ ଓ ପୌର ଅଧିକାରୀ କେବେ ବି ଦାୟୀ ବୋଲି କହିହେବ ନାହିଁ, କାରଣ ସେପରି କର୍ମଚାରୀଙ୍କୁ ସେମାନେ କେବେ ବି ଉତ୍ସାହିତ କରୁନଥିବେ ଯାହା ଫଳରେ ଅଭୟ ଦାନ ପାଇଥିବା ପରି ସେ ଏପରି କାଣ୍ଡ ଭିଆଇବେ।

ସ୍ୱାଧୀନତାର ଅମୃତ ମହୋତ୍ସବ ବିଭିନ୍ନ ଉପାୟରେ ପାଳନ କରାଯାଉଛି, ସେଥିରୁ ଅନୁଗୁଳ ପୌରପାଳିକା ର ସଫେଇ ଟଙ୍କା ଆଦାୟ କରୁଥିବା କର୍ମଚାରୀଙ୍କ ଏହା ଏକ ନିଆରା ଅନ୍ଦାଜ଼।

ବ୍ୟୁରୋ ରିପୋର୍ଟ : ମିଡ଼ିଆ ଇଣ୍ଡିଆ ନିଉଜ

Subscribe to our newsletter
Sign up here to get the latest news, updates and special offers delivered directly to your inbox.
You can unsubscribe at any time
Leave A Reply

Your email address will not be published.