Webportal

ଅନୁଗୁଳ ଜିଲ୍ଲାର ବିଭିନ୍ନ ଥାନାରେ ମଙ୍ଗଳବାର କରୋନା ସମ୍ବଧିୟ ରୁଜୁ ମାମଲା ଗୁଡ଼ିକର ବିବରଣୀ

0 435

ଜିଲ୍ଲା ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଅନୁଗୁଳ ଜିଲ୍ଲାରେ ମଙ୍ଗଳବାର ଲକ ଡାଉନ ନ ମାନିବା ପାଇଁ ୧୫ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବା ସହ ୫ ଟି ମଟର ସାଇକେଲ,ଗୋଟିଏ ଅଟୋ ରିକ୍ସା,୬ ଲିଟର ଦେଶୀ ମଦ ଓ ୨୪୮ ଲିଟର ଆଇ ଏମ ଏଫ ଏଲ ଜବତ କରାଯାଇଛି।କଣିହାଁ ଥାନାରେ ଜଣେ, ହଣ୍ଡପା ଥାନାରେ ଦୁଇ ଜଣ,କିଆକଟା ଥାନାରେ ଜଣେ, ଅନୁଗୁଳ ଥାନାରେ ଜଣେ, ବନରପାଲ ଥାନାରେ ୩ ଜଣ ଓ ଛେଣ୍ଡିପଦା ଥାନାରେ ସାତ ଜଣଙ୍କ  ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି।

 

ସେହିପରି କ୍ୱାରେଣ୍ଟଟାଇନ ଅବମାନନା ପାଇଁ ପାଲହଡା ଥାନାରେ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

 

ଗୁଜବ ପ୍ରଚାର କରିବା ପାଇଁ ରେଙ୍ଗାଳୀ ଥାନାରେ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

Leave A Reply

Your email address will not be published.