Webportal

ଅନୁଗୁଳ ଜିଲ୍ଲାରେ ସୁସ୍ଥ ହେଲେ ୧୫ କରୋନା ଆକ୍ରାନ୍ତ

0 502

ଅନୁଗୁଳ ଜିଲ୍ଲାରେ ଚିକିତ୍ସିତ ହେଉଥିବା ୧୯ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଆଜି ୧୫ ସୁସ୍ଥ ହେଇଥିବାର ସୂଚନା ମିଳିଛି।ଏମାନଙ୍କ ମଧ୍ୟରୁ ଚଳିତ ମାସ ୧୦ ତାରିଖରେ ୧୩ ଜଣ ଓ ୧୧ ତାରିଖରେ ୨ ଜଣ ତାଳଚେର ସ୍ଥିତ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ।୧୦ ଦିନର ଚିକିତ୍ସା ପରେ ସେମାନଙ୍କ ନମୁନା ପରୀକ୍ଷା କରାଯାଇ ନେଗେଟିଭ ବାହାରିଥିବା ଜଣାପଡିଛି।ଏବେ ଏମାନେ ନିୟମ ଅନୁଯାୟୀ ସଙ୍ଘରୋଧରେ ରହିବେ।ଯଦି ଘରେ ସୁବିଧା ନ ଥିବ ତେବେ ସରକାରୀ ସଂଘରୋଧ କେନ୍ଦ୍ରରେ ନିରୀକ୍ଷଣ ରେ ରହିବେ।ସୁସ୍ଥଙ୍କ ମଧ୍ୟରୁ ଜଣେ ଅନୁଗୁଳ ସହରର ହୋଇଥିବା ବେଳେ ଅନ୍ୟ ସମସ୍ତେ ସଂଘରୋଧ କେନ୍ଦ୍ରରେ ଥିବା ପ୍ରବାସୀ।ସୁସ୍ଥ ହୋଇଥିବା ଅନୁଗୁଳ ସହରର ଯୁବକଙ୍କ ପରିବାର ଲୋକଙ୍କ ନମୁନା ମଧ୍ୟ ନେଗେଟିଭ ଆସିଛି।ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ଅନୁଗୁଳ ଜିଲ୍ଲାରୁ ୪୨୩୬ ନମୁନା ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ୩୪୫୯ ନେଗେଟିଭ, ୧୯ ପଜିଟିଭ ଏବଂ ୭୫୮ ଟି ରିପୋର୍ଟର ଫଳାଫଳ ଆସିବାକୁ ବାକି ଅଛି ବୋଲି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡା ପ୍ରତାପ କୁମାର ବେହେରା ସୂଚନା ଦେଇଛନ୍ତି।

Leave A Reply

Your email address will not be published.