Webportal

ଅନୁଗୁଳ ଜିଲ୍ଲାରେ ଲାଗିଲା ଧାରା ୧୪୪: କରୋନା କୁ ରୋକିବା ପାଇଁ ପ୍ରତିଷେଧ ମୂଳକ ପଦକ୍ଷେପ

0 846

ସମ୍ପ୍ରତି ମହାମାରୀ ର ରୂପ ନେଉଥିବା କରୋନା ଦାଉରୁ ଅନୁଗୁଳ ଜିଲ୍ଲାକୁ ରକ୍ଷା କରିବା ପାଇଁ ଆଜି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି କଡା ପ୍ରତିଷେଧ ମୂଳକ ପଦକ୍ଷେପ ନେଇଛନ୍ତି।ଯା ଫଳରେ ଅନୁଗୁଳ ଜିଲ୍ଲାରେ ଧାରା ୧୪୪ ଲାଗୁ କରାଗଲା ଯାହା ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହା ଫଳରେ ଜରୁରୀ ଜିନିଷ ମିଳୁଥିବା ସାପ୍ତାହିକ ହାଟ ,ରହୁଥିବା ଘର ଭିତର କୁ ଛାଡି ଅନ୍ୟ କୋୖଣସି ଦୋକାନ କିମ୍ବା ସ୍ଥାନରେ ଚାରି ଜଣରୁ ଅଧିକ ମନୁଷ୍ୟ ଏକତ୍ରିତ ହେବା ଭାରତୀୟ ପିଙ୍ଗଳ କୋଡ଼ ଧାରା ୧୮୮ ଅନୁଯାୟୀ ଦଣ୍ଡନୀୟ ଅପରାଧ ଭାବେ ଗ୍ରହଣ କରାଯିବ। ସେଥିପାଇଁ ଛୋଟ ଛୋଟ ବ୍ୟବସାୟୀ ମାନେ ଦୋକାନ ଖୋଲା ରଖିବା ସମୟରେ ଉପରୋକ୍ତ ବିଷୟ ଉପରେ ଧ୍ୟାନ ଦେଇ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି।ପୂର୍ବରୁ ଜିଲ୍ଲାର ସମସ୍ତ ସପିଙ୍ଗ ମଲ, କୋଚିଂ ସେଣ୍ଟର, ଜିମ, ସିନେମା ଘର ଆଦି ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ କରାଇ ଦିଆ ଯାଇଥିଲା।

Leave A Reply

Your email address will not be published.