Webportal

ଅନୁଗୁଳ ଜିଲ୍ଲାରେ ଦୋକାନ ଖୋଲିବାକୁ ନେଇ ଜିଲ୍ଲାପାଳଙ୍କ ନୂତନ ନିର୍ଦେଶନାମା

0 1,244

ଆଜି ଅନୁଗୁଳ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ନେଇଥିବା ନିଷ୍ପତ୍ତି ଅନୁଯାୟୀ ଜିଲ୍ଲାର ମ୍ୟୁନିସିପାଲିଟି ଅଞ୍ଚଳ ବାହାରେ ଥିବା ସମସ୍ତ ଦୋକାନ ସକାଳ ୬ ଟାରୁ ଦିନ ୧ ଟା ପର୍ଯ୍ୟନ୍ତ ଖୋଲିପାରିବେ।ଏହି ସମୟରେ ବାଧ୍ୟତାମୂଳକ ଭାବେ ଦୋକାନର କେବଳ ୫୦% କର୍ମଚାରୀ ମାସ୍କ ପିନ୍ଧି ଉପସ୍ଥିତ ରହିପାରିବେ ଓ ଦୋକାନ ବାହାରେ ଭିତରେ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ହେବ, ଅନ୍ୟଥା ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ମ୍ୟୁନିସିପାଲିଟି ଅଞ୍ଚଳ ଭିତରେ ଥିବା ଦୋକାନ ଗୁଡିକ ପୂର୍ବ ନିଷ୍ପତ୍ତି ଅନୁସାରେ ଖୋଲାରହିବ।ଏଥିରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ।କେବଳ ଯେଉଁ ଦୋକାନ ଗୁଡିକୁ ପୂର୍ବରୁ ଅନୁମତି ଦିଆଯାଇଥିଲା ସେମାନେ ପୂର୍ବ ନିର୍ଦେଶ ଅନୁସାରେ ନିର୍ଘଣ୍ଟ ବାର ଓ ସମୟରେ ଖୋଲି ପାରିବେ।

 

Leave A Reply

Your email address will not be published.