Webportal

ଅନୁଗୁଳ ଜିଲ୍ଲାରେ ତାଲାବନ୍ଦ ସମୟରେ ଘରୁ ନ ବାହାରିବା ପାଇଁ କାର୍ଯ୍ୟକାରୀ ହେବ ହୋମ ଡେଲିଭରି ବ୍ୟବସ୍ଥା

0 632

ସମ୍ପ୍ରତି କରୋନା ଭାଇରସ ର ମୁକାବିଲା ପାଇଁ ଚାଲିଥିବା ଲକ ଡାଉନ ପରିପ୍ରେକ୍ଷୀରେ ଲୋକମାନେ ଘରୁ ନ ବାହାରି କିପରି ରାସନ ସାମଗ୍ରୀ ପାଇପାରିବେ ସେଥିପାଇଁ ଅନୁଗୁଳ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଆଜି ବିଭିନ୍ନ ରାସନ ସାମଗ୍ରୀ ଯୋଗାଉଥିବା ବିକ୍ରେତାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଉପରୋକ୍ତ ବିକ୍ରେତାଙ୍କୁ ଜିଲ୍ଲାପାଳ ହୋମ ଡେଲିଭରି ପାଇଁ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ,ଯାହା ଫଳରେ ଲୋକଙ୍କୁ ରାସନ ସାମଗ୍ରୀ କିଣିବାକୁ ବାହାରକୁ ଆସିବାକୁ ପଡିବ ନାହିଁ।ସେମାନଙ୍କ ସହମତି ପରେ ଆସନ୍ତା କାଲିଠାରୁ ହୋମ ଡେଲିଭରି ଆରମ୍ଭ କରିବାକୁ ନିର୍ଣ୍ଣୟ ନିଆଗଲା।୫୦୦ ଟଙ୍କା ରୁ କମର ହୋମ ଡେଲିଭରି ହେବନାହିଁ।୫୦୦-୧୦୦୦ ଟଙ୍କା ପର୍ଯ୍ୟନ୍ତ ସାମଗ୍ରୀ ମଗାଇଲେ ୨୦ ଟଙ୍କା ଡେଲିଭରି ଚାର୍ଜ ଲାଗିବ।୧୦୦୦ ଟଙ୍କାରୁ ଉର୍ଦ୍ଧ୍ବର ସାମଗ୍ରୀ ମଗାଇଲେ ଡେଲିଭରି ଚାର୍ଜ ଲାଗିବ ନାହିଁ।ଜଣେ ଗ୍ରାହକ ଥରକେ ୧୦ କେଜି ଚାଉଳ,୧୦ କେଜି ଅଟା ଓ୨ କେଜି ପରିମାଣର ଡାଲି ମଗାଇପାରିବେ।ସାମଗ୍ରୀ ପାଇଁ ବରାଦ ଦେବାର ୧୨ ଘଣ୍ଟା ମଧ୍ୟରେ ହୋମ ଡେଲିଭରି କରାଯିବ।ଗୁଗୁଲ ପେ, ଫୋନ ପେ ଓ କ୍ୟାସ ଅନ ଡେଲିଭରି ମାଧ୍ୟମରେ ପେମେଣ୍ଟ ହୋଇପାରିବ।ଅନୁଗୁଳ ସହରର ୫ଟି ହୋମ ଡେଲିଭରି ବିକ୍ରେତାଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଛି।ସେମାନେ ଅନୁଗୁଳ ସହରର ସମସ୍ତ ଅଞ୍ଚଳରେ ଡେଲିଭରି କରିପାରିବେ।କଲ ଓ ହ୍ଵାଟ୍ସଆପ ଜରିଆରେ ସାମଗ୍ରୀ ବରାଦ କରାଯାଇ ପାରିବ।ସେମାନଙ୍କ ନାମ ଗୁଡିକ ହେଲା-

Leave A Reply

Your email address will not be published.