Webportal

ଅନୁଗୁଳରେ ବ୍ରାଉନ ସୁଗାର ଜବତ, ତିନି ଗିରଫ

sanitry
0 2,133

ଗତ ସନ୍ଧ୍ୟାରେ ଅନୁଗୁଳ ଥାନା ଆଇଆଇସି ବିଶ୍ୱସ୍ତ ସ୍ୱତ୍ରରୁ ଖବର ପାଇଲେ କି ତିନିଜଣ ଲୋକ ଏକ ସ୍ୱିଫ୍ଟ ଡିଯାଇର କାର ଯାହାର ନମ୍ବର ଓଡ଼ି-୦୨-ଏକ୍ସ-୫୪୭୩ ରେ ବ୍ରାଉନ ସୁଗାର ନେଇ ଯାଉଛନ୍ତି।ଖବର ଆଧାରରେ ଏକ ପୋଲିସ ଦଳ କଥିତ କାର କୁ ଯାଇ ଅଟକାଇ ତଲାସୀ ନେଇଥିଲେ ଓ ଚବିଶ ଗ୍ରାମ ବ୍ରାଉନ ସୁଗାର ସହିତ ଗାଡିକୁ ଜବତ କରିଥିଲେ।ଗାଡ଼ିରେ ଥିବା ତିନି ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି।ସେମାନେ ହେଲେ ଅନୁଗୁଳ ଥାନା ଅନ୍ତର୍ଗତ କୁକୁଡାଙ୍ଗ ଗ୍ରାମର ସୁଜ୍ଞାନୀ ଦେହୁରୀ, ତାପସ ନାୟକ ଏବଂ ସୁବ୍ରତ ବାରିକ। ଏ ସମ୍ପର୍କରେ ଏନ୍ ଡି ପି ଏସ ଆକ୍ଟରେ ଏକ ମାମଲା ରୁଜୁ କରାଯାଇ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।ଅନୁଗୁଳ ପୋଲିସ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ସେ ବିଷୟରେ ଜାଣିବା ପାଇଁ ଅଧିକ ତଦନ୍ତ ଜାରି ରଖିଛନ୍ତି।

Square Ad 1
Leave A Reply

Your email address will not be published.