Webportal

୩୫ ଏକର ଧାନ ଫସଲ କୁ ନଷ୍ଟ କଲେ ୪୫ ଟିକିଆ ହାତୀ ପଲ

0 270

୩୫ ଏକର ଧାନ ଫସଲ କୁ ନଷ୍ଟ କଲା ୪୫ ଟିକିଆ ହାତୀ ପଲ। ଅନୁଗୁଳ ବନଖଣ୍ଡ ବନ୍ତଳା ପଞ୍ଚାୟତ ଜରାଓପୁର ଗ୍ରାମରେ ୩୫ ଏକର ରୁ ଅଧିକ ଧାନ ଚାଷ କୁ ନଷ୍ଟ କରି ଦେଇଛନ୍ତି ୪୫ ଟିକିଆ ହାତୀ ପଲ । ସୂଚନା ଯେ, ମନ୍ଦିରଗିରି ପାହାଡରେ ରହୁଥିବା ହାତୀ ପଲ ଧାନ ଅମଳ ସମୟରେ ଆଖାପାଖ ଗାଁ କୁ ଯାଇ ଫସଲ ନଷ୍ଟ କରି ଦେଉଥିବା ଅଭିଯୋଗ କରୁଛନ୍ତି ଗାଁ ଲୋକେ। ଗତ କାଲି ରାତ୍ର ସମୟରେ ୪୫ ଟିକିଆ ହାତୀ ପଲ ଜରାଓପୁର ଗାଁ ର ଚାଷ ଜମି କୁ ପଶି ଧାନ ଚାଷ କୁ ନଷ୍ଟ କରି ଦେଇଛନ୍ତି। ଚାଷୀ ମାନେ ଲଘୁଚାପ ଜନିତ ବର୍ଷା ପାଇଁ ଚାଷ ଜମି ଧାନ କୁଇଣ୍ଟାଲ ଅମଳ କରିବା ପାଇଁ ବିଡ଼ା ବାନ୍ଧି ରଖିଥିଲେ। ଗତ କାଲି ରାତିରେ ହାତୀ ପଲ ଆସି ଧାନ ଗଦା କୁ ଖାଇ ଦେବା ସହ ଏଣେତେଣେ ବିଖାରି ଦେଇଛନ୍ତି। ଯାହା ପାଇଁ ଚାଷୀ ମୁଣ୍ଡ ରେ ଚଡକ ପଡିଛି। ଚାଷୀ ମାନେ ଧାନ ଚାଷ ପାଇଁ ବ୍ୟାଙ୍କ ରୁ ରୁଣ ଆଣିଥିଲେ। ଚାଷ କରି ଧାନ ବିକ୍ରି ପରେ ରୁଣ ଶୁଝିବା ସହ ପରିବାର ପ୍ରତିପୋଷଣ କରିବାକୁ ସ୍ୱପ୍ନ ଦେଖିଥିଲେ। କିନ୍ତୁ ସ୍ୱପ୍ନ ସ୍ୱପ୍ନ ହୋଇ ରହିଗଲା। ସେମାନେ ଜିଲ୍ଲା ପ୍ରସାଶନ ଏବଂ ରାଜ୍ୟ ସରକାର ତୁରନ୍ତ କ୍ଷତି ପୂରଣ ଦେବାକୁ ନିବେଦନ କରିଛନ୍ତି।

Leave A Reply

Your email address will not be published.