Webportal

ହେବ କୁମ୍ଭୀର ଟ୍ରାକିଂ

0 163

ଅନୁଗୁଳ ଜିଲ୍ଲାର ସାତକୋଶିଆ ରେ କୁମ୍ଭୀର ଦେହରେ ଲାଗିବ ରେଡିଓ କୋଲାର ବୋଲି ଚିଫ୍ ଓ୍ୱାଇଲ୍ଡ ଲାଇଫ୍ ଓ୍ୱାର୍ଡେନଙ୍କ ସୂଚନା। ପ୍ରଥମ ଥର ପାଇଁ ବନ ବିଭାଗ କୁମ୍ଭୀର ଟ୍ରାକିଂ କରିବ। ନଦୀରେ କେଉଁଠି ରହୁଛନ୍ତି କୁମ୍ଭୀର,କୁଆଡ଼େ ଯାଉଛନ୍ତି ଓ କେଉଁଠି କରୁଛନ୍ତି ଚଳପ୍ରଚଳ ଆଦି ସେମାନଙ୍କ ଗିତିବିଧି ବିଷୟରେ ଜାଣିବା ପାଇଁ ବନବିଭାଗ ହାଇଟେକ ଉପାୟ ଅବଲମ୍ବନ କରିବ। ଏଥିପାଇଁ ଟେକ୍ନୋଲୋଜିର ସହାୟତା ନେବ ବନ ବିଭାଗ। ତେଣୁ ପ୍ରଥମ ଥର ପାଇଁ ବନ ବିଭାଗ କୁମ୍ଭୀର ଟ୍ରାକିଂ କରିବ। ସାତକୋଶିଆ ଟିକରପଡ଼ା ଗଣ୍ଡରେ ଘଡ଼ିଆଳ କୁମ୍ଭୀରଙ୍କୁ ରେଡିଓ କଲାର ଲଗାଯାଇ ଛଡ଼ାଯିବ। ଚଳିତ ମାସରୁ କୁମ୍ଭୀରଙ୍କୁ ରେଡିଓ କଲାର ଲଗାଯାଇ ଛଡ଼ାଯିବାକୁ ଯୋଜନା କରାଯାଉଛି। ଏଥିଯୋଗୁ ପ୍ରାୟ ସାତ ଶହ କୁମ୍ଭୀରଙ୍କୁ ଚିହ୍ନଟ କରାଯାଇଛି। ତେବେ ପୂର୍ବରୁ ଛଡ଼ାଯାଇଥିବା କୁମ୍ଭୀର କୁଆଡ଼େ ଗଲେ ଜଣାପଡୁନ ଥିବା ଚିଫ୍ ଓ୍ୱାଇଲ୍ଡ ଲାଇଫ୍ ଓ୍ୱାର୍ଡେନ କହିଛନ୍ତି । ନୂଆ କରି ଚହ୍ନଟ କରାଯାଇଥିବା କୁମ୍ଭୀର ଗୁଡ଼ିକରେ ରେଡିଓ କଲାର ଲଗାଯିବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.