Webportal

ସ୍ନାନଯାତ୍ରାରେ ଅନୁଗୁଳ ଜିଲ୍ଲା ପ୍ରଶାସନର ଢିଲା ମନୋଭାବ ପାଇଁ ଗୋଷ୍ଟି ସଂକ୍ରମଣ ଆଶଙ୍କା

0 375

ଆଜି ପବିତ୍ର ସ୍ନାନଯାତ୍ରା।ଏଭଳି ପବିତ୍ର ଦିନରେ ସାମାଜିକ ଦୂରତ୍ୱ ନ ରହିବା ଆଶଙ୍କା ପାଇଁ କରୋନା ସଂକ୍ରମଣ ବ୍ୟାପିବା ଭୟରେ ପୁରୀ ସମେତ ସବୁଠି ଭକ୍ତଙ୍କୁ ପ୍ରଭୁଙ୍କ ଦର୍ଶନରୁ ବାରଣ କରାଯାଇଛି। ପୁରୀରେ ସ୍ନାନଯାତ୍ରା ରେ ଭାଗ ନେବାକୁ ଥିବା ସମସ୍ତ ସେବାୟତ ମାନଙ୍କର କୋଭିଡ ପରୀକ୍ଷା କରାଯାଇଛି।କାରଣ ଯଦି ଜଣେବି ସଂକ୍ରମିତ ଥିଲେ ଗୋଷ୍ଟି ସଂକ୍ରମଣ ହେବାର ସମ୍ଭାବନା ରହିଛି।

କିନ୍ତୁ ଅନୁଗୁଳରେ ଘଟିଛି ଏହାର ବ୍ୟତିକ୍ରମ।ଶୈଳଶ୍ରୀ କ୍ଷେତ୍ର ପରିଚାଳନା କମିଟିର ସଭାପତି ଓ ଅନୁଗୁଳ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ଭୁଲିଗଲେ ସେବାୟତ ମାନଙ୍କ କୋଭିଡ ପରୀକ୍ଷା କରାଇବା।ଯଦି କିଛି ଅଘଟଣରୁ ଗୋଷ୍ଠୀ ସଂକ୍ରମଣ ହୁଏ ତେବେ ଜିଲ୍ଲାପାଳଙ୍କର ତ କ୍ଷତି କିଛି ହେବନାହିଁ,କିନ୍ତୁ ସାଧାରଣ ଲୋକ ତାହାର ପରିଣାମ ଭୋଗିବେ।

ବୋଧହୁଏ ଏହିପରି କିଛି ବଡ଼ ତ୍ରୁଟି ଲୋକଲୋଚନକୁ ଆସିବା ଭୟରେ ଆଜି ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସାମାଜିକ ଦୂରତା ର ଦ୍ୱାହି ଦେଇ ସ୍ନାନଯାତ୍ରା ଖବର ସଂଗ୍ରହ କରିବା ପାଇଁ ବାରଣ କରାଯାଇଛି।

ସେପଟେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ବିପରୀତ ସପିଙ୍ଗ ମଲ ଖୋଲିବାକୁ ଜିଲ୍ଲାପାଳ ଅନୁମତି ଦେଇଛନ୍ତି ଯେଉଁଠି ସାମାଜିକ ଦୂରତା ରକ୍ଷା କରିବା ଏକ ପ୍ରକାର ଅସମ୍ଭବ।

Leave A Reply

Your email address will not be published.