Webportal

ସାମ୍ବାଦିକଙ୍କୁ କରୋନା ଯୋଦ୍ଧା ସଂମାନ

0 488

କରୋନା ମହାମାରୀ ସାରା ପୃଥିବୀରେ କାୟା ବିସ୍ତାର କରି ଚାଲିଛି। ଏହାର ପ୍ରଭାବରେ ଲକ୍ଷ ଲକ୍ଷ ମୁଣ୍ଡ ଗଡି ଗଲାଣି। ଏହାକୁ ପ୍ରତିହତ କରିବା ପାଇଁ ବିଶ୍ବର ସବୁ ଜ୍ଞନକୌଶଳ ଫେଲ ମାରିଛି। ଏଭଳି ପରିସ୍ଥିତିରେ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିମାନେ ଅଧିକ ରିସ୍କ ନେଇ ଖବର ସଂଗ୍ରହ କରି ଆସୁଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଦିନରାତି ଏକ କରି ଖବର ସଂଗ୍ରହ କରି ଲୋକଙ୍କ ପାଖରେ ପହଞ୍ଚାଇବା ଏବଂ ସେମାନଙ୍କୁ ସଚେତନ କରିବା କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି।ଏପରି ଜଣେ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି ହେଲେ ଅନୁଗୋଳ ଜିଲ୍ଲାରେ କଳିଙ୍ଗ ଟିଭିର ଜିଲ୍ଲା ପ୍ରତିନିଧି ଭାବେ କାର୍ଯ୍ୟକରୁଥିବା ଯୁବ ସାମ୍ବାଦିକ ମାନସ ରଂଜନ ମିଶ୍ର ଯାହାଙ୍କୁ ଆସ୍ଥା ଫାଉଣ୍ଡେସନ ଟ୍ରଷ୍ଟ,ସମ୍ଭବ ଚାରିଟେବୁଲ ଟ୍ରଷ୍ଟ ଓ ସମର୍ପଣ ଚାରିଟେବୁଲ ଟ୍ରଷ୍ଟ କରୋନା ଯୋଦ୍ଧା ସମ୍ମାନ ରେ ସମ୍ମାନିତ କରିଛନ୍ତି।କରୋନା ମୁକାବିଲା କରିବା ପାଇଁ ନିଜ ଜୀବନକୁ ବାଜି ଲଗାଇ ପରିବାରର ମୋହମାୟା ଛାଡି ଯେଉଁମାନେ ଜନସାଧାରଣଙ୍କ ସେବା କରିବା ପାଇଁ ଆଗେଇ ଆସିଛନ୍ତି ସେମାନେ ହେଉଛନ୍ତି ପ୍ରକୃତ କରୋନା ଯୋଦ୍ଧା।ଏହିପରି ସଂମାନ ସେମାନଙ୍କ ମନୋବଳ ବୃଦ୍ଧି କରିବାରେ ସହାୟକ ହେବ।

Leave A Reply

Your email address will not be published.