Webportal

ସମଲରେ ପାଣି ପଞ୍ଚାୟତ ପକ୍ଷ ପାଳିତ

0 207

ଅନୁଗୁଳ ଜିଲ୍ଲାର ସମଲ ବ୍ୟାରେଜ ପ୍ରକଳ୍ପର ଡାକ ବଙ୍ଗଳା ରେ ପାଣି ପଞ୍ଚାୟତ ପକ୍ଷ ପାଳନ ହୋଇଯାଇଛି।ଏହି ଉତ୍ସବ ଟି ସମଲ ପ୍ରକଳ୍ପର ହେଡୱାର୍କସ ଡିଭିଜନର ନିର୍ବାହୀ ଯନ୍ତ୍ରୀ ବିଶ୍ୱମୋହନ ବରାଳଙ୍କ ଆବାହନରେ ଅନୁଷ୍ଠିତ ହୋଇଥିଲା। ଏହି ଦିବସରେ ଦୁଇଟି ପାଣିପଞ୍ଚାୟତ ର ସଭାପତିଙ୍କ ସହ ଚାଷୀ ଉପସ୍ଥିତ ରହିଥିଲେ। ଚାଷୀ ମାନଙ୍କୁ କିଭଳି ସଠିକ ଭାବେ କେଉଁ ପ୍ରଣାଳୀରେ ଚାଷ କରାଯିବ ସେ ନେଇ ଆସିଥିବା କୃଷି ଅଧିକାରୀ କୃଷକ ମାନଙ୍କୁ କହିଥିଲେ।ନିର୍ବାହୀ ଯନ୍ତ୍ରୀ ଶ୍ରୀ ବରାଳ କହିଥିଲେ ଚାଷୀ ମାନେ ହେଉଛନ୍ତି ଆମର ଭଗବାନ ସଦୃଶ।ସେମାନେ ଦୁନିଆକୁ ଆହାର ଯୋଗାଉଛନ୍ତି।ଚାଷୀ ମାନେ ଉନ୍ନତ ପ୍ରଣାଳୀରେ ଚାଷ କରିବା ସହ ଅଧିକ ଲାଭବାନ ହୋଇପାରିବେ ବୋଲି କହିଥିଲେ।ପାଣିର କିଭଳି ସଦୁପଯୋଗ ହୋଇପାରିବ ସେ ଉପରେ ମଧ୍ୟ କହିଥିଲେ ନିର୍ବାହୀ ଯନ୍ତ୍ରୀ।ଚାଷୀ ମାନେ ମଧ୍ୟ ନିର୍ବାହୀ ଯନ୍ତ୍ରୀ ବିଶ୍ୱମୋହନ ବରାଳ ଙ୍କ କାର୍ଯ୍ୟକୁ ଭୁୟଶୀ ପ୍ରସଂଶା କରିଥିଲେମଞ୍ଚକୁ ଅକ୍ଷୟ ସାମଲ ପରିଚାଳନା କରିଥିଲେ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଳଲହଡା ବିଧାୟକ ମୁକେଶ ପାଳ,ସମଲ ପ୍ରକଳ୍ପର ମୁଖ୍ୟଯନ୍ତ୍ରୀ ଭାରତ ଭୂଷଣ ଦାସ ,ଅଧିକ୍ଷଣ ଯନ୍ତ୍ରୀ ଦୀପ୍ତି ରଞ୍ଜନ ପଣ୍ଡା,କର୍ମଚାରୀଙ୍କ ସହ କୁ ଲେଇ,ଡଙ୍ଗର ବେଡା,ସମଲ ଆଦି ର ଚାଷୀ ମାନେ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.