Webportal

ସଟଡାଉନ ରହିବ ଅନୁଗୁଳ ଜିଲ୍ଲା ବଡ଼ଯୋରଡ଼ା ଗ୍ରାମପଞ୍ଚାୟତ

0 342

ଅନୁଗୁଳ ଜିଲ୍ଲା ବଡଯୋରଡ଼ା ଗ୍ରାମପଞ୍ଚାୟତ ଅଞ୍ଚଳରେ ୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ସମଗ୍ର ଅଞ୍ଚଳକୁ ୨୦ ତାରିଖ ଦିନ ୨ ଟାରୁ ୨୬ ତାରିଖ ରାତି ୧୦ ଟା ପର୍ଯ୍ୟନ୍ତ ସଟଡାଉନ ଘୋଷଣା ସରପଞ୍ଚ ଶ୍ରୀମତୀ ସରସ୍ବତୀ ସାହୁଙ୍କ ଦ୍ୱାରା କରାଯାଇଛି।ଏହି ସମୟରେ ଗ୍ରାମପଞ୍ଚାୟତ ର ପ୍ରମୁଖ ରାସ୍ତା ସିଲ କରାଯିବା ସହ ଲୋକଙ୍କ ଯିବା ଆସିବା ଉପରେ କଟକଣା ଲଗାଯାଇଛି। କରୋନା ପ୍ରାଦୁର୍ଭାବ କୁ ରୋକିବା ପାଇଁ ଏହି ପଦକ୍ଷେପ ନେଇଛନ୍ତି ସରପଞ୍ଚ ଶ୍ରୀମତୀ ସାହୁ।

ସଟଡାଉନ ହେବାକୁ ଥିବା ଅଞ୍ଚଳ ଗୁଡିକ ହେଲା ବଡ଼ଯୋରଡ଼ା, ବଡସିଂହଡା, ସାନସିଂହଡା ଗ୍ରାମ ଏବଂ କଳିଙ୍ଗ, ନନ୍ଦିରା, ଭରତପୁର, ଜଗନ୍ନାଥ ଓ ଜଗନ୍ନାଥ ସେଣ୍ଟାଲ ୱାର୍କଶପ କଲୋନୀ ।

ଏହି କଟକଣା ଔଷଧ ଦୋକାନ, ଜଳଯୋଗାଣ ଓ ପରିମଳ, ବିଦ୍ୟୁତ ଯୋଗାଣ ଓ ବଣ୍ଟନ,୩୦% କର୍ମଚାରୀ ସହ ଶିଳ୍ପସଂସ୍ଥା/କାରଖାନା ଚାଲିବା ଏବଂ ଜରୁରୀ ସେବାରେ ନିୟୋଜିତ ସରକାରୀ କର୍ମଚାରୀ ମାନଙ୍କ ପାଇଁ ଲାଗୁହେବ ନାହିଁ।

Leave A Reply

Your email address will not be published.