Webportal

ସଚେତନ ରହି ନିଜ ଜୀବନ ବଞ୍ଚାନ୍ତୁ:ଆଜି ଅନୁଗୁଳ ଜିଲ୍ଲାରୁ ୨୧ ଆକ୍ରାନ୍ତ ଚିହ୍ନଟ

0 342

ଆଜି ଅନୁଗୁଳ ଜିଲ୍ଲାରୁ ୨୧ ଜଣ କରୋନା ପଜିଟିଭ ଚିହ୍ନଟ ହେବାପରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୮୬ରେ ପହଁଚିଛି।ଏମାନଙ୍କ ମଧ୍ୟରେ ବନରପାଲ ବ୍ଲକର ପରିବାରର ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସେହି ପରିବାରର ସାତ ଜଣ, ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ବନରପାଲ ବ୍ଲକର ଏକ ଶିଳ୍ପସଂସ୍ଥାର ସାତ ଜଣ, କଣିହାଁ ଅଞ୍ଚଳର ଅସ୍ଥାୟୀ ମେଡ଼ିକାଲ ଶିବିରରୁ ତିନି ଜଣ, ତାଳଚେର ବ୍ଲକ ରୁ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଦୁଇ ଜଣ ଏବଂ ଅନୁଗୁଳ ବ୍ଲକ ଅଞ୍ଚଳରୁ ଜଣେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଓ ଜଣେ ଭୁବନେଶ୍ୱର ରେ ଚିକିତ୍ସିତ ହେଉଥିବା ବେଳେ ପଜିଟିଭ ଜଣା ପଡିଛନ୍ତି।ଜିଲ୍ଲାରେ ଥିବା କୋଡିଏ ଜଣଙ୍କୁ ତାଳଚେର କୋଭିଡ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।ଇତି ମଧ୍ୟରେ ୨୨ ଜଣ ସୁସ୍ଥ ହୋଇଛନ୍ତି, ଯାହାକୁ ମିଶାଇ ସମୁଦାୟ ସୁସ୍ଥଙ୍କ ସଂଖ୍ୟା ଜିଲ୍ଲାରେ ୧୭୧ ରେ ପହଂଚିଲା।ଏ ସମସ୍ତ ସୂଚନା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଶରତ ଚନ୍ଦ୍ର ସେଠି ପ୍ରଦାନ କରିଛନ୍ତି।

Leave A Reply

Your email address will not be published.