Webportal

ଯାତ୍ରୀବାହୀ ବସ ଓଲଟି ଗୁରୁତର

0 261

ଯାତ୍ରୀବାହୀ ବସ୍ ଓଲଟି 13 ରୁ ଉର୍ଦ୍ଧ୍ବ ଗୁରୁତର ।ରଣପୁର ବ୍ଲକ୍ ଚାନ୍ଦପୁର_ରାଜ ସୁନାଖଳା ରାସ୍ତାରେ କୋଟଗଡ଼ ଘାଟି ଠାରେ ଏକ ଯାତ୍ରୀବାହୀ ମିନି ବସ୍ ଓଲଟି 13 ଗୁରୁତର ହୋଇଛନ୍ତି।ସମସ୍ତ ଗୁରୁତର ରାଜ ସୁନାଖଳା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହୋଇ ଅଧିକ ଚିକିତ୍ସା ନିମନ୍ତେ ଭୁବନେଶ୍ୱର ସ୍ଥାନାନ୍ତରିତ ହୋଇଛନ୍ତି ।ସେମାନଙ୍କ ମଧ୍ୟରୁ 3 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି ।ଯାତ୍ରୀବାହୀ ବସ୍ ଟି 55 ଜଣ ଯାତ୍ରୀଙ୍କୁ ନେଇ ରାଜ ସୁନାଖଳା ରୁ ଚାନ୍ଦପୁର ଅଭିମୁଖେ ଯାଉଥିଲା ।କୋଟଗଡ଼ ଘାଟି ଠାରେ ଭାରସ୍ୟାମ ହରାଇ ବସ୍ ଟି ଦୁଇ ଥର ପଲ୍ଟି ମାରି ଗଡ଼ି ପଡ଼ିଥିଲା ।ବସ୍ ଟି ସମ୍ପୂର୍ଣ ରୂପେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ରକ୍ତାତ ଅବସ୍ଥାରେ ଯାତ୍ରୀମାନେ ଏଣେ ତେଣେ ଛିଟିକି ପଡି ଥିଲେ । ସ୍ଥାନୀୟ ଲୋକ ମାନେ ସେମାନଙ୍କୁ ଉଦ୍ଧାର କରିଥିଲେ ।2 ଟି ବଡ଼ ଆମ୍ବୁଲାନ୍ସ ସହାୟତାରେ ଗୁରୁତର ଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରା ଯାଇଛି ।

Leave A Reply

Your email address will not be published.