Webportal

ମିଳିଲା ନିଖୋଜର ମୃତଦେହ

0 239

ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଗିରାଙ୍ଗ ଗ୍ରାମର ତ୍ରିପୁର ନାଏକ(୧୯)ସୋମବାର ଦିନ ନିଜର ମୋଟର ସାଇକେଲ ରେ ବାହାରି ଥିଲେ ଅନୁଗୋଳ ଅଭିମୁଖେ। ଅନୁଗୋଳ ରୁ ପୁଅ ତ୍ରିପୁର ନ ଫେରିବାରୁ ବାପା ତ୍ରିଲୋଚନ ନାଏକ ନିଜ ବନ୍ଧୁ ବାନ୍ଧବ ଙ୍କ ଘରକୁ ଯାଇ ଖୋଜା ଖୋଜି କରି ନିରାଶ ହୋଇ ଶେଷରେ ୭ତାରିଖ ଗୁରୁବାର ବନ୍ତଳା ଥାନା ରେ ଲିଖିତ ଅଭିଯୋଗ କରିଥିଲେ।ବନ୍ତଳା ଥାନା ଅଧିକାରୀଣି ଶ୍ରୀମତୀ ଗୀତାଞ୍ଜଳୀ ସାହୁ ଏକ ନିରୁଦ୍ଧିଷ୍ଟ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ।ଶୁକ୍ରବାର ସlକସିଙ୍ଗା ଠାରେ ତ୍ରିପୁରଙ୍କ ମୃତ ଦେହ ପଡିଥିବାର ଖବର ପାଇ ଅନୁଗୋଳ ପୋଲିସ ଓ ବନ୍ତଳା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ତଦନ୍ତ ପ୍ରକ୍ରିୟା ଆରମ୍ଭ କରି ଶବ ବ୍ୟବଚ୍ଛେଦ ପାଇଁ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ କୁ ପଠାଇଥିଲେ। ପୋଲିସ ର ଅନୁସନ୍ଧାନ ରୁ ଜଣା ପଡିବ ଏହା ହତ୍ୟା ନା ଆତ୍ମହତ୍ୟା।

Leave A Reply

Your email address will not be published.