Webportal

ଭାଲୁ ଆକ୍ରମଣରେ ଗୁରୁତର

0 243

ଅନୁଗୁଳ ଜିଲା ଛେଣ୍ଡିପଦା ବନାଞ୍ଚଳ ଶିମିଳିପାଳ ପଞ୍ଚାୟତ ଅନ୍ତର୍ଗତ କାଠପାଳ ଗାଁରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର ଆହତ। ସେ ହେଲେ କାଠପାଳ ଗାଁର ଯାଦବ ନାମକ ବ୍ୟକ୍ତି ଯିଏ ଆଜି ସକାଳୁ ଶୈାଚ ହେବାକୁ ସବୁଦିନଭଳି ଘର ନିକଟସ୍ଥ ନାଳକୁ ଯାଇଥିବା ବେଳେ ଏକ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା। ତାଙ୍କ ଚିତ୍କାର ଶୁଣି ପରିବାର ଲୋକେ ଧାଇଁ ଆସିବାରୁ ଭାଲୁଟି ତାଙ୍କୁ ଛାଡି ଜଙ୍ଗଲ ଆଡକୁ ପଳାଇଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସରେ ଛେଣ୍ଡିପଦା ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା କରାଯାଇଥିବା ବେଳେ ଭାଲୁର ନଖ ପଶିଯିବାରୁ ତାଙ୍କ ଆଣ୍ଠୁ ଓ ଜଙ୍ଘରେ ଗଭୀର ଆଘାତ ଲାଗଛି ବୋଲି ଡାକ୍ତର କହିଛନ୍ତି। ଗତ ଏକମାସ ମଧ୍ୟରେ ଭାଲୁ ଆକ୍ରମଣରେ କାଠପାଳ ଗ୍ରାମର ତିନିଜଣ ଗୁରୁତର ଆହତ ହୋଇଛନ୍ତି ଯାହା ପ୍ରତି ବନବିଭାଗ କର୍ମଚାରୀ ମାନେ ଗୁରୁତର ସହ ଧ୍ୟାନ ଦେଇ ଆଗକୁ ନିଜ ନିଜ ଦାଇତ୍ୱ ସମ୍ପାଦନ କରିବାର ଆବଶ୍ୟକତା ରହିଛି।

Leave A Reply

Your email address will not be published.