Webportal

ବେଆଇନ ଜନ୍ତୁ ଶିକାର ଚେଷ୍ଟା ସମୟରେ ଗିରଫ

0 268

ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଅଞ୍ଚଳରୁ ଜଣେ ଜନ୍ତୁ ଶିକାରୀକୁ ଗିରଫ କରିଛି ବନ ବିଭାଗ। ପୁରୁଣକୋଟ ଥାନା ଅନ୍ତର୍ଗତ କୁମୁରି ବିଟ ହାଉସ ଅଧିନରେ ଥିବା ଟାଇଁସି ସଂରକ୍ଷିତ ଜଙ୍ଗଲର କମ୍ପାଟ ଟି ୧ ରେ ବିଦ୍ୟୁତ ତାର ଯୋଗେ ଜନ୍ତୁ ଶିକାର କରୁଥିବା ଉକ୍ତ ଶିକାରୀକୁ ବନ କର୍ମଚାରୀମାନେ ଗିରଫ କରିଥିଲେ । ଗିରଫ ଶିକାରୀ ହେଲେ ମିଥୁନ ସେଠି (୨୬) ।ପ୍ରକାଶ ଥାଉକି ପମ୍ପାସର ରେଞ୍ଜର ଏକ ଟିମ ପେଟ୍ରୋଲିଂ କରୁଥିବା ବେଳେ ମିଥୁନକୁ ବନ୍ୟ ଜନ୍ତୁ ଶିକାର ପାଇଁ ବ୍ୟବହୃତ ଜୀବନ୍ତ ବିଦ୍ୟୁତ ତାର ବିଛାଉ ଥିବା ସମୟରେ ଗିରଫ କରି ଗତକାଲି କୋର୍ଟ ଚାଲାଣ କରିଥିବା ସାତକୋଶିଆ ଡିଏଫଓ ପି ରାମାସ୍ଵାମୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.