Webportal

ବିଦ୍ୟୁତ ବିଭାଗ ର ସୁସ୍ଥତା ର ପ୍ରତିବାଦ

0 225

ବିଦ୍ୟୁତ ବିଭାଗ ଵିରୋଦ୍ଧ ରେ ରାସ୍ତାକୁ ଓଲ୍ହାଇଲେ ଗ୍ରାମବାସୀ…
ନିଦାବିଷ୍ଣୁ ସାଜିଛି ବିଦ୍ୟୁତ ବିଭାଗ ! ଅନୁଗୁଳ ଜିଲ୍ଲାର
ବଅଁରପାଳ ବ୍ଲକ ଗଡ଼ସନ୍ତ୍ରୀ ପଞ୍ଚାୟତ ରେ ବିଦ୍ୟୁତ ବିଭାଗ ର ମନମ୍ମୁଖୀ କାର୍ଯ୍ୟ ପାଇଁ ରାଜ ରାସ୍ତାକୁ ଓଲ୍ହାଇଲେ ଗ୍ରାମବାସୀ।
ଗତ ତିନି ଦିନ ହେଲା ବିଦ୍ୟୁତ ବିଭାଗର ଛକିସୁନ ଖେଳକୁ ନେଇ ତାତିଲେ ଗ୍ରାମବାସୀ। ନିମ୍ନମାନର ବିଦ୍ୟୁତ କାର୍ଯ୍ୟ ପାଇଁ ବିଭିନ୍ନ ପ୍ରକାର ବାହାନା ଦେଖାଉଛି ବଅଁରପାଳ ବିଦ୍ୟୁତ ବିଭାଗ, ଯାହାଦ୍ୱାରା ଗ୍ରାମବାସୀ ହନ୍ତସନ୍ତ ହେଉଛନ୍ତି ବୋଲି ଅଭିଯୋଗ ହୋଇଛି। ବିଦ୍ୟୁତ ବିଭାଗ ର କାର୍ଯ୍ୟକଳାପ ଵିରୋଦ୍ଧ କରି ଗ୍ରାମ୍ୟ ରାସ୍ତାକୁ ବନ୍ଦ କରିଥିଲେ ଜନତା, ଘଟଣା ସ୍ଥଳରେ ପୋଲିସ ଓ ବିଦ୍ୟୁତ କର୍ମଚାରୀ ଆସି ବୁଝାସୁଝା ପରେ ଆନ୍ଦୋଳନ ଥମି ଥିବାର ସୂଚନା ମିଳିଛି। ବିଦ୍ୟୁତ ବିଭାଗ ର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ବାସିନ୍ଦା । ଏହାର ସ୍ଥାୟୀ ସମାଧାନ ନହେଲେ ଆଗାମୀ ଦିନରେ ତୀବ୍ର ଜନ ଆନ୍ଦୋଳନ ହେବାକୁ ଚେତାବନୀ ଦେଇଛନ୍ତି ସାଧାରଣ ଲୋକେ ।

Leave A Reply

Your email address will not be published.