Webportal

ବିଦ୍ୟାଳୟରେ ଆବଶ୍ୟକ ଅନୁଯାୟୀ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ଦାବିରେ ଆନ୍ଦୋଳନ

0 230

ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ମାଧପୁର ପଞ୍ଚାୟତ କୁନ୍ଦନାଳୀ ପ୍ରକଳ୍ପ ଉ.ପ୍ରା. ବିଦ୍ୟାଳୟରେ ପାଠ ପଢେଇବା ପାଇଁ ଘୋର ଶିକ୍ଷକ ଅଭାବ ଦେଖାଦେଇଛି ଯେଉଁଠି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୧୯ ଜଣ ଛାତ୍ର ଛାତ୍ରୀ ମାନଙ୍କୁ ପଢ଼ାଇବାକୁ ମାତ୍ର ଦୁଇ ଜଣ ଅଣ ବିଜ୍ଞାନ ଯୋଗ୍ୟତା ଯୁକ୍ତ ଶିକ୍ଷୟିତ୍ରୀ ଅଛନ୍ତି ଓ ଅଷ୍ଟମ ଶ୍ରେଣୀ ରେ ବିଜ୍ଞାନ ପଢ଼ାଇବା ପାଇଁ ଶିକ୍ଷକ ନ ଥିବାରୁ ପାଠପଢ଼ାରେ ଗୁରୁତରବ୍ୟାହତ ସୃଷ୍ଟି ହେଉଛି ।ଉକ୍ତ ସ୍କୁଲରେ ପୂର୍ବରୁ ୪ ଶିକ୍ଷୟିତ୍ରୀ ଥିବାବେଳେ ଅନେକ ଦିନ ଧରି ଜଣେ ଶିକ୍ଷୟିତ୍ରୀ ପ୍ରସବକାଳୀନ ଛୁଟିରେ ଓ କିଛି ସପ୍ତାହ ହେବ ଆଉ ଜଣେ ଶିକ୍ଷୟିତ୍ରୀ ସମାନ କାରଣ ପାଇଁ ଛୁଟିରେ ରହିବା ହେତୁ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି । ଯେଉଁଠି ନିୟମାନୁସାରେ ସ୍କୁଲରେ ୫ ଜଣ ଶିକ୍ଷକ ରହିବା ସେଠାରେ ମାତ୍ର ୨ ଜଣ ଶିକ୍ଷୟିତ୍ରୀ ଅଛନ୍ତି ଯେଉଁଥିରେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଲାଗି ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବିଭିନ୍ନ ବୈଠକରେ ଯୋଗଦେବାକୁ ଯିବାକୁ ପଡ଼ୁଥିବାରୁ ପ୍ରାୟତଃ ଜଣେ ମାତ୍ର ଶିକ୍ଷୟିତ୍ରୀରେ ବିଦ୍ୟାଳୟ ରେ ଶିକ୍ଷାଦାନର ଅଭିଯୋଗ ଆସୁଛି। ଏ ନେଇ ବିଭାଗୀୟ ଉଚ୍ଚ ଅଧିକାରୀ କିଛି ପଦକ୍ଷେପ ନେଉ ନ ଥିବାରୁ ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି ଯେଉଁଥିପାଇଁ ବାଧ୍ୟ ହୋଇ ସୋମବାର ଦିନ ଅଭିଭାବକ ଓ ସ୍କୁଲ ପରିଚାଳନା କମିଟିର ସଦସ୍ୟ ମାନେ ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟରେ ତାଲା ପକାଇବା ସହ ଅାନ୍ଦୋଳନ କରିଛନ୍ତି ।

Leave A Reply

Your email address will not be published.