Webportal

ବାର ଦଫା ଦାବିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟ ରେ ଦାବିପତ୍ର

0 206

ବାର ଦଫା ଦାବି ନେଇ ସୋମବାର ଦିନ ଏସ ୟୁ ସି ଆଇ ପକ୍ଷରୁ ଅନଗୁଳ ଜିଲ୍ଲାପାଳଙ୍କ ଅଫିସ ଆଗରେ ହାତରେ ପ୍ଲାଗ କାର୍ଡ ଧରି କିଛି ଲୋକ ବିକ୍ଷୋଭ କରିଛନ୍ତି। ଦାବି ମଧ୍ୟରେ ମୁଖ୍ୟତଃ ବେତର ଗାଁକୁ ସବୁ ଦିନିଆ ରାସ୍ତା,ଲେମ୍ବୁତଇଳା ଠାରୁ କନ୍ଧକୋଇଲି ପର୍ଯ୍ୟନ୍ତ ସବୁଦିନିଆ ରାସ୍ତା, ଜରପଡା ଠାରେ ସରକାରୀ ସ୍ଥରରେ ଶୀତଳ ଭଣ୍ଡାର ନିର୍ମାଣ,୫୫ ନମ୍ବର ଜାତୀୟ ରାଜପଥ ର ଯୁଦ୍ଧ କାଳୀନ ଭିତ୍ତିରେ କାର୍ଯ୍ୟ ସମ୍ପାଦନ ଆଦି ୧୨ ଦଫା ରହିଛି। ଆନ୍ଦୋଳନକାରୀ ମାନେ ଯଦି ଦାବୀ ଗୁଡିକର ସମାଧାନ ଶୀଘ୍ର ନ ହୁଏ ତେବେ ଆଗାମୀ ଦିନରେ ଏକ ବଡ଼ ଧରଣର ଆନ୍ଦୋଳନ ହେବ ବୋଲି କହିବା ସହ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଏକ ଦାବିପତ୍ର ଅନଗୁଳ ଜିଲ୍ଳାପାଳଙ୍କୁ ଦେଇଛନ୍ତି।

Leave A Reply

Your email address will not be published.