Webportal

ପୋଲିସ ମହାନିର୍ଦ୍ଦେଶକଙ୍କଅନୁଗୁଳ ଗସ୍ତରେ ଆନୁଷ୍ଠାନିକ ଭାବେ ଆରମ୍ଭ ହେଲା ସିସିଟିଭି ସୁରକ୍ଷା ବ୍ୟବସ୍ଥା

0 955

ଆଜି ଅନୁଗୋଳ ପୋଲିସ ମୁଖ୍ୟାଳୟରେ ସିଟି ସର୍ଭିଲେନ୍ସ ଓ ଆଇଟିଏମ୍‌ଏସ୍‌ ବ୍ୟବସ୍ଥାକୁ ପୋଲିସ ମହାନିର୍ଦ୍ଦେଶକ ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଧାନସଭା ଉପବାଚସ୍ପତି ,ଜିଲ୍ଲା ଅାରକ୍ଷୀ ଅଧିକ୍ଷକ , ତାଳଚେର ବିଧାୟକ , ଦେବଗଡ଼ ଏସ୍‌ପି ଓ ଢେଙ୍କାନାଳ ଏସ୍‌ପି ପ୍ରମୁଖଙ୍କ ସହ ବରିଷ୍ଠ ପୋଲିସ ଅଧିକାରୀ, ଆଇନଜୀବୀ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। ଏହି ଅବସରରେ ଅଫିସ ଟ୍ରାନଜିଟ୍‌ ମେସ ଓଛେଳିଆପଡ଼ା ସ୍ଥିତ ପୋଲିସ ରିଜର୍ଭ କାର୍ଯ୍ୟାଳୟ କୁ ମଧ୍ୟ ଉଦ୍‌ଘାଟନ କରିଛନ୍ତି ଡିଜି ।ଜିଲ୍ଲା ସଦର ମହକୁମାରେ ନାବାଳିକା ବଲାତ୍କାର,ଦୁଇଟି ବ୍ୟାଙ୍କ ଡକାୟତି ହେବା ସହ ପ୍ରତ୍ୟେକ ଦିନ କିଛି ନା କିଛି ଲୁଟ ଆଦି ହେଉଛି ଯାହାକୁ ଆଖି ଆଗରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ଏବେ ସହରର ପ୍ରମୁଖ ଛକ ମାନଙ୍କରେ ପ୍ରାୟ ୨ କୋଟି ଟଙ୍କା ଖର୍ଚ୍ଚ କରାଯାଇ ୩୮ ଟି ସିସି ଟିଭି କ୍ୟାମେରା ଲଗାଯାଇ ଏକ କଣ୍ଟ୍ରୋଲ ରୁମ ଖୋଲାଯାଇ ଏହା ଉପରେ ନଜର ରଖାଯାଉଛି । ଏହା ସହିତ ପିସିଆରକୁ ମଧ୍ୟ ଯୋଗାଯୋଗ କିଭଳି କରିହେବ ତାର ବନ୍ଦୋବସ୍ତ କରାଯାଇଛି । ଜିଲ୍ଲାରେ ଅପରାଧୀ ମାନଙ୍କୁ ଚିହ୍ନଟ କରିବା ପାଇଁ ଫେସିଆଲ ରେକଗନାଇଜେସନ ସଫ୍ଟୱେର ମାଧ୍ୟମରେ ଅପରାଧୀ ମାନଙ୍କୁ ଧରିବା ପାଇଁ ଚେଷ୍ଟା କରା ଯାଇ ପାରିବ । ଏଭଳି ପ୍ରୋଜେକ୍ଟ ହାଇଦ୍ରାବାଦ ପରେ ଭାରତର ଦ୍ବିତୀୟ ଓ ରାଜ୍ୟର ପ୍ରଥମ ।
ପୋଲିସ ବିଭାଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଅଧିକାରୀଙ୍କୁ ମଧ୍ୟ ଏହି ଅବସରରେ ସମ୍ମାନିତ କରାଯାଇଥିଲା

Leave A Reply

Your email address will not be published.