Webportal

ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ

0 322

ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଗେଡ଼ିଆ ଗାଁର ଶମ୍ଭୁନାଥ ସାହୁ ଓ ସର୍ବେଶ୍ୱର ସାହୁଙ୍କ ପରିବାର ମଧ୍ୟରେ ପୂର୍ବରୁ ଶତ୍ରୁତା ଲାଗିରହିଥିଲା । ୨ ପରିବାରର ଛୋଟଛୁଆଙ୍କ ଘଟଣାକୁ ନେଇ ଶତ୍ରୁତା ଥିଲା। ଯାହାର ପରିଣତି ଆଜି ଦେଖିବାକୁ ମିଳିଥିଲା ସର୍ବେଶ୍ୱର ସାହୁଙ୍କ ସ୍ତ୍ରୀ ରେବତୀ ସାହୁ ନିଜ ଘର ଆଗରେ ବସି କାମ କରୁଥିବା ବେଳେ ଶମ୍ଭୁନାଥ ଆସି ଛୁଆଙ୍କ ଘଟଣାକୁ ନେଇ ରେବତୀଙ୍କୁ ଗାଳିଗୁଲଜ କରିଥିଲା । ପରେ ଶମ୍ଭୁନାଥ ହାତରେ ଧରି ଆସିଥିବା କଟୁରୀରେ ରେବତୀଙ୍କୁ ହାଣି ଦେଇଥିଲା ।ରେବତୀଙ୍କ ବେକକୁ ଶମ୍ଭୁନାଥ କଟୁରିରେ ଚୋଟ ପକାଇଥିବାବେଳେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଆକ୍ରମଣ କରି ଶମ୍ଭୁ ସେଠାରୁ ଫେରାର ହୋଇଯିବାକୁ ଉଦ୍ୟମ କରିଥିଲା ।ଘଟଣା ବିଷୟରେ ଖବର ପାଇ ଛେଣ୍ଡିପଦା ପୋଲିସ ପହଁଚି ହତ୍ୟାକାଣ୍ଡର ତଦନ୍ତ ଆରମ୍ଭ କରିବା ସହ ଖସିଯିବାକୁ ଉଦ୍ୟମ କରୁଥିବା ଶମ୍ଭୁନାଥଙ୍କୁ ଧରି ଥାନାକୁ ନେଇ ଅଧିକ ଜେରା ଚଳାଇଛି ।

Leave A Reply

Your email address will not be published.