Webportal

ପାରିବାରିକ କଳହରୁ ଆତ୍ମହତ୍ୟା ଅଭିଯୋଗ

0 177

ଅନୁଗୁଳ ଜିଲ୍ଲାର ଅାଠମଲ୍ଲିକ ବ୍ଲକ ଠାକୁରଗଡ ଥାନା ପୋକଣ୍ଡା ଗ୍ରାମର ଜଣେ ମହିଳା ପାରିବାରିକ କଳହରୁ ଶନିବାର ଅପରାହ୍ନରେ ବେକରେ ଲୁଗା ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତକ ହେଲେ ପୋକଣ୍ଡା ଗ୍ରାମର ସୁଭଦ୍ରା ନାୟକ(୪୦)ଯାହାଙ୍କର ସ୍ୱାମୀ ନିତ୍ୟାନନ୍ଦ ନାୟକ(୫୦)ଙ୍କ ସହ ତିକ୍ତତା ରହିଥିଲା ସେ ଶନିବାର ଅପରାହ୍ନରେ ଲୁଗା ଲଗାଇ ଆତ୍ମହତ୍ୟା କରିଥିବା ବେଳେ ନିତ୍ୟାନନ୍ଦଙ୍କ ବାପା ଏହା ଦେଖି ଝୁଲନ୍ତା ଶବରୁ ସଂଗେସଂଗେ ଲୁଗା ଫିଟାଇଥିଲେ। ଝିଅର ବାପା ଅାମ୍ବସରମୁଣ୍ଡା ପଞ୍ଚାୟତ ଗିରିଧା ଗାଁର ସନ୍ତୋଷ ନାୟକ ଏ ସଂକ୍ରାନ୍ତରେ ଖବର ଜାଣିବାପରେ ଠାକୁରଗଡ ଥାନାରେ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.