ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳରେ ବୃଦ୍ଧି ପାଉଛି ହାତୀ ଉପଦ୍ରବ। ବର୍ଷା ଯୋଗୁଁ ଚାଷ ବିଳମ୍ବ ହେଉଥିବା ବେଳେ ହାତୀ ପଲ ଧାନ ବିଲରେ ପଶି ଧାନ ତଳି ନଷ୍ଟ କରୁଛି। ଗାଁରେ ପଶି ଘର ଭାଙ୍ଗି ଭାତ ଖାଇ ଯାଉଛି, ଯାହାଫଳରେ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗୁଛି। ସନ୍ଧ୍ୟା ହେଲେ ଗାଁକୁ ପଶି ଆତଙ୍କ ଖେଳୁଛନ୍ତି। ଘଉଡ଼ାଇବାକୁ ଗଲେ ମାରିବାକୁ ଗୋଡାଉଛନ୍ତି। ହାତୀ ଆକ୍ରମଣରେ ପ୍ରାୟ ୧ବର୍ଷ ମଧ୍ୟରେ ୩ ଜଣଙ୍କ ଜୀବନ ଗଲାଣି।ଗାଁକୁ ହାତୀ ପଶିଥିବା ଖବର ପାଇ ବନବିଭାଗ କର୍ମଚାରୀ ମାନେ ପାଟକମୁଣ୍ଡା ଗାଁରେ ହାତୀ ଘଉଡାଉଥିବାବେଳେ ହାତୀପଲ ବନ ବିଭାଗର ହାତୀ ସ୍କ୍ୱାର୍ଡ କର୍ମଚାରୀଙ୍କୁ ଏକ ଦନ୍ତା ଗୋଡାଇଥିଲା। ଜୀବନ ବଞ୍ଚାଇବାକୁ କର୍ମଚାରୀ ଜଣକ ଆମ୍ବ ଗଛ ଉପରେ ଚଢି ଯାଇଥିଲେ। ହାତୀପଲ ଗଛ ମୂଳେ ଘଣ୍ଟାଏ ଯାଏ ଜଗି ରହିଥିଲେ।