Webportal

ନର୍ଦମା ପାଣି ମଝିରେ ଚାଲିଛି ସରକାରୀ ଚିକିତ୍ସା

0 182

ଅନୁଗୁଳ ଜିଲ୍ଲାର ପାଲଲହଡା ଉପଖଣ୍ଡ ଡାକ୍ତରଖାନା ର ଅବସ୍ଥା ବେହାଲ ।ବର୍ଷା ଓ ଡ୍ରେନ ପାଣିରେ ବୁଡି ରହୁଛି ଡାକ୍ତରଖାନା।ବର୍ଷାରେ ଉକ୍ତ ଡାକ୍ତରଖାନା ର ଅବସ୍ଥା ବେହାଲ ହୋଇଯାଉଛି ଯେଉଁଥିରେ ବର୍ଷା ପାଣି ସହ ଡ୍ରେନ ପାଣି ଡାକ୍ତରଖାନା ପରିସରରେ ପସିଯାଉଛି। ଡାକ୍ତରଖାନାର ଆଉଟଡ଼ୋର,ୱାର୍ଡ, ଡ୍ୟୁଟି ରୁମ୍‌ ବର୍ଷା ଓ ଡ୍ରେନ ପାଣିରେ ବୁଡି ରହୁଛି ଯାହା ଫଳରେ ରୋଗୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ୱାର୍ଡ ଭିତରେ ପାଣି ପଶି ଯାଉଥିବାରୁ ରୋଗୀମାନଙ୍କୁ ଉପର ମହଲାରେ ଥିବା ସର୍ଜରୀ ୱାର୍ଡକୁ ସ୍ଥାନାନ୍ତରିତ କରଯାଉଛି। ରୋଗୀଙ୍କ ସମ୍ପର୍କୀୟମାନେ ଅସନା ପାଣିରେ ଯିବାଆସିବା କରୁଛନ୍ତି ଓ ଡାକ୍ତର ମଧ୍ୟ ପାଣିରେ ଚେୟାର ଉପରେ ବସି ରୋଗୀ ଦେଖୁଛନ୍ତି। ଡାକ୍ତରଖାନା ଭିତରେ ଏକ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ବାରମ୍ବାର ହେଉଛି। ସୂଚନାଥାଉ କି ଡାକ୍ତରଖାନା ପାର୍ଶ୍ଵଦେଇ ଯାଇଥିବା ଡ୍ରେନ ସଫା ହେଉ ନଥିବାରୁ ପ୍ରତ୍ୟେକ ବର୍ଷ ଅସରାଏ ବର୍ଷା ହେଲେ ସହରର ଡ୍ରେନ ପାଣି ଡାକ୍ତରଖାନା ଭିତରକୁ ପଶୁଛି ଏବଂ ପ୍ରତିବର୍ଷ ଏହି ସମସ୍ୟା ଦେଖା ଦେଉଥିଲେ କୌଣସି ସ୍ଥାୟୀ ପ୍ରତିକାର କରାଯାଇ ନାହିଁ।

Leave A Reply

Your email address will not be published.