Webportal

ନବଜାତକୁ ଫୋପାଡିଲେ ଅଳିଆଗଦାରେ

0 312

ଭଗବାନ ସଦବୁଧି ଦିଅନ୍ତୁ। ଅନୁଗୁଳ ଜିଲ୍ଲାରେ ପୁଣି ଶିଶୁକନ୍ୟା ଅଲୋଡ଼ା ହେବାର ଘଟଣା ସାମନାକୁ ଆସିଛି।। ନିଷ୍ଠୁର ମଣିଷ ଦୟନୀୟ ଭାବରେ ନବଜାତ ଶିଶୁକୁ ରାସ୍ତାକଡ ଅଳିଆ ଗଡାକୁ ଫୋପାଡି ଦେଇଥିବା ବେଳେ ସ୍ଥାନୀୟ ଲୋକେ ଉଦ୍ଧାର କରି ତାକୁ ପୋଲିସକୁ ହସ୍ତାନ୍ତର କରିଛନ୍ତି । ତାଳଚେର ଏକଘରିଆ ନବୀନନଗର ଠାରେ ସ୍ଥାନୀୟ ଲୋକେ ଏକ ନବଜାତ ଶିଶୁର ଆଜି ସକାଳେ କାନ୍ଦ ଶୁଣିୁ କେଉଁଠି ଓ କାହିଁକି ଶିଶୁଟି କାନ୍ଦୁଛି ବୋଲି ଖୋଜିବା ବେଳେ ରାସ୍ତା କଡ ଏକ ଅଳିଆ ଗଦାରେ ଶିଶୁକନ୍ୟାଟି ପଡିଥିବା ଦେଖିବାକୁ ପାଇଥିଲେ ଏବଂ ଶିଶୁକନ୍ୟାକୁ ଉଦ୍ଧାର କରି ପୋଲିସ ଓ ଆଶା କର୍ମୀଙ୍କୁ ଖବର ଦେଇଥିଲେ । ପୋଲିସ ଓ ଆଶା କର୍ମୀ ଘଟଣା ସ୍ଥଳରେ ପହଞ୍ଚି ଶିଶୁକନ୍ୟା ସମ୍ପର୍କରେ ଶିଶୁ ମଙ୍ଗଳ ଓ ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଖବର ଦେବା ପରେ ତାଳଚେର ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ଶିଶୁର ଅବସ୍ଥା ଭଲ ନଥିବାରୁ ତାକୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.