Webportal

ଦନ୍ତାହାତୀ ଆକ୍ରମଣରେ ବୃଦ୍ଧ ମୃତ

0 183

ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଖଟୁଆହତା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ସୋଗର ଶାଳୁଆ ଛକ ନିକଟରେ ଦନ୍ତା ହାତୀ ଆକ୍ରମଣରେ ବୃଦ୍ଧ ମୃତ । ମୃତକ ତୁମୁସିଙ୍ଗା ଥାନା ଗୋଦରବିଲି ଗ୍ରାମର ହୃଦାନନ୍ଦ ମଲ୍ଲିକ । ହୃଦାନନ୍ଦ ଭୋର ୫ ଟା ସମୟରେ ଶୌଚ ପାଇଁ ଯାଇଥିବା ବେଳେ ଦନ୍ତା ସହ ମୁହାଁ ମୁହିଁ ହୋଇ ଯାଇଥିଲା ଓ ଦନ୍ତା ହାତୀଟି ହୃଦାନନ୍ଦଙ୍କୁ କଚାଡି ମାରିଥିଲା । ମୃତକ ହୃଦାନନ୍ଦ ଶାଳୁଆ ଛକ ସ୍ଥିତ ତାରିଣୀ ଢ଼ାବାରେ ଜଣେ ମିସ୍ତ୍ରୀ ଭାବରେ କାର୍ଯ୍ୟ କରୁଥିବା ଜଣାପଡିଛି। ଖବର ପାଇ ଘଟଣା ସ୍ଥଳରେ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜର ବିଭୂଦାନନ୍ଦ ମିଶ୍ର ପହଞ୍ଚି ମୃତକଙ୍କ ପରିବାରକୁ ୪୦ ହଜାର ଟଙ୍କାର ଏକ ଚେକ ପ୍ରଧାନ କରିଛନ୍ତି । ସରକାରଙ୍କ ତରଫରୁ ହାତୀ ଦ୍ୱାରା ମ୍ରୁତ୍ଯୁ ରେ ଦିଆ ଯାଉଥିବା ବକେୟା ପ୍ରୋତ୍ସାହନ ରାଶି କାଗଜ ପତ୍ର କାର୍ଯ୍ୟ ଶେଷ ପରେ ଦିଆଯିବ ବୋଲି ଜଣାପଡିଛି ।

Leave A Reply

Your email address will not be published.