Webportal

ଡାନ୍ସବାର ଉପରେ ଚଢ଼ାଉରେ ୯୬ ଯୁବତୀ ଉଦ୍ଧାର

0 245

ଗତ ମଧ୍ୟରାତ୍ରରେ ଭୁବନେଶ୍ୱର ମହାନଗର ର କଟକ ରୋଡ଼ ସ୍ଥିତ ପ୍ରାୟ ଏଗାରଟି ଡାନ୍ସ ବାର ଉପରେ ଚଢ଼ାଉ କରି ପୋଲିସ ୯୬ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି।ସମସ୍ତ ଉଦ୍ଧାର ହୋଇଥିବା ଯୁବତୀ ମାନେ ଗ୍ରାହକ ମାନଙ୍କ ମନୋରଞ୍ଜନ କରିବା ସହ ଅନୈତିକ କାର୍ଯ୍ୟ ରେ ଲିପ୍ତ ଥିବା ଅଭିଯୋଗ। ଓଡ଼ିଶା ଓ ବିହାର ଅବକାରୀ ଆଇନ ର ଧାରା ୨୫ ଅନୁଯାୟୀ ବାର ରେ ଡ୍ୟାନ୍ସ କରାଯାଇ ପାରିବ ନାହିଁ କିମ୍ବା ଯୁବତୀ ମାନଙ୍କ ଦ୍ୱାରା ମନୋରଞ୍ଜନ କରା ଯାଇ ପାରିବ ନାହିଁ। କିନ୍ତୁ ଅଧିକ ଅର୍ଥ ଲାଳସାରେ ବାର ମାଲିକ ମାନେ ବେଆଇନ ଭାବେ ଯୁବତୀ ମାନଙ୍କୁ ଏପରି କାର୍ଯ୍ୟ ରେ ନିୟୋଜିତ କରୁଛନ୍ତି।ଉଦ୍ଧାର ହୋଇଥିବା ସମସ୍ତ ଯୁବତୀ  ରାଜ୍ୟ ବାହାରର ଓ ନେପାଳ, ବିହାର, ପଶ୍ଚିମ ବଙ୍ଗ, ଉତ୍ତରପ୍ରଦେଶ ଆଦିରୁ ଅଣାଯାଇ ବାରରେ ବ୍ୟବହାର କରାଯାଉ ଥିଲା। ଉଦ୍ଧାର ହୋଇଥିବା ଯୁବତୀ ମାନଙ୍କୁ ଲଷ୍ମୀ ସାଗର ଥାନା କୁ ଅଣାଯାଇଥିଲା ଓ ପରେ ସେମାନଙ୍କ ପରିଚୟ ପତ୍ର ରଖି ଛାଡି ଦିଆଯାଇଛି। କିନ୍ତୁ ବଡ଼ ପ୍ରଶ୍ନ ଉଠେ ଯେ ବାରମ୍ବାର ଏପରି ଚଢ଼ାଉ ପୋଲିସ ପକ୍ଷରୁ ହେଉଛି କିନ୍ତୁ ପରେ ପୂର୍ବବତ ଡାନ୍ସ ବାର ଗୁଡିକ ଖୋଲମଖୋଲା ଏପରି ବେଆଇନ କାମ କରି ଆସୁଛନ୍ତି ଯାହାର ଅନ୍ତ କେବେ ଘଟିବ ନା ସଲାସୁତୁରାରେ ଏପରି ଚାଲି ଥିବ ଓ ଲୋକ ଦେଖାଣିଆ ଭାବେ ମଝିରେ ମଝିରେ ଏପରି ଚଢ଼ାଉ ଚାଲୁ ଥିବ।

Leave A Reply

Your email address will not be published.