Webportal

ଚିକିତ୍ସା ଅଭାବରୁ ନବଜାତର ମୃତ୍ୟୁ ଅଭିଯୋଗ

0 185

କଟକ ଜିଲ୍ଲା ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟ ରେ ଡାକ୍ତରଙ୍କ ଚିକିତ୍ସାରେ ଅବହେଳା ଯୋଗୁ ନବଜାତ ଶିଶୁ କନ୍ୟା ମୃତୁ ନେଇ ଅଭିଯୋଗ ଆଣିଲେ ମୃତ ଶିଶୁ କନ୍ୟାର ପିତା ଜ୍ଞାନ ରଞ୍ଜନ ରାଉତ ଓ ତାଙ୍କ ପରିବାର ଲୋକେ। ଡାକ୍ତର ଙ୍କ ଅବହେଳା ପାଇଁ ଏସଡିଏମଓ ଙ୍କ ପାଖରେ ପରିବାର ଲୋକେ ଅଭିଯୋଗ କରିବା ସହ ଉକ୍ତ ଡାକ୍ତର ଙ୍କ ବିରୁଦ୍ଧରେ ଦୃଢ଼ ଆଇନଗତ କାଯ୍ୟନୁଷ୍ଠାନ ପାଇଁ ଦାବି କରିଛନ୍ତି। ବାଙ୍କୀ ଡମପଡା ବ୍ଲକ ରେ କାଜ୍ୟରତ କର୍ମ ଚାରିଙ୍କ ପୁଅ ଜ୍ଞାନ ରଂଜନ ରାଉତ ଙ୍କ ଏକ ଶିଶୁକନ୍ୟା ଗତ ୨୪ ତାରିଖ ଦିନ ବାଙ୍କୀ ମୁଖ୍ୟ ଚିକିତ୍ସାଳୟ ରେ ଜନ୍ମ ନେଇଥିଲ ଓ ସୁସ୍ଥ ମଧ୍ୟ ଥିଲା କିନ୍ତୁ ଠିକ ସନ୍ଧ୍ୟା ସମୟରେ ଶିଶୁ ଟି କାନ୍ଦି ବାରୁ ଡାକ୍ତର ଙ୍କୁ ସୂଚନା ଦେଲେ ହେଲେ ଡାକ୍ତର ଦେଖିବା ପରିବର୍ତେ ଥଣ୍ଡା ହୋଇଯାଇଛି ବୋଲି କହିଥିଲେ ଓ ପିଲାଟି କୁ ଘୋଡାଇ ଦିଅ କହି ଚୁପ ହୋଇ ବସିପଡିଥିବା କୁହନ୍ତି ମୃତ ଶିଶୁର ପିତା। ପୁନର୍ବାର ଶିଶୁଟି ରାତିରେ କାନ୍ଦି ବାରୁ ଡାକ୍ତର ଙ୍କୁ ଡାକିଥିଲେ ଆଉ ଡାକ୍ତର ଆସିନଥିଲେ ଶେଷରେ ଶିଶୁ କନ୍ୟାଟି ମୃତୁବରଣ କରିଥିବା କହିଛନ୍ତି ମୃତ ଶିଶୁର ମା। ଅପର ପଟେ ଏଭଳି ଶିଶୁ ମୃତ୍ୟୁ କୁ ନେଇ ଡାକ୍ତରଖାନାର କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ସେ କହିଛନ୍ତି ଆବଶ୍ୟକତା ଚିକିତ୍ସା କରାଯାଇଥିଲା ଆଉ କୌଣସି ଅବହେଳା କରାଯାଇନାହିଁ ଓ ଶିଶୁ ର ମୃତୁ ପାଇଁ କାର୍ଯ୍ୟରତ ଡାକ୍ତରଙ୍କ ର କୌଣସି ଭୁଲ ନାହିଁ ବୋଲି ସଫେଇ ଦେଇଛନ୍ତି .

Leave A Reply

Your email address will not be published.