Webportal

ଘର ଭିତରୁ ମହିଳାଙ୍କ ମୃତ ଦେହ ଉଦ୍ଧାର:ହତ୍ୟା ସନ୍ଦେହ

0 310

ଅନୁଗୁଳ ଜିଲ୍ଲାର ଚିତ୍ତୋଲପୁର ରେ ଜଣେ ମହିଳାଙ୍କ ମୃତଦେହ ଘରେ ପଡିଥିବା ଦେଖିବାକୁ ମିଳିଛି। ମହିଳା ଜଣକ ହେଲେ ସୁମନ୍ତି ସାହୁ(୪୬)। ତାଙ୍କ ବେକରେ ଏକ ଗାମୁଛ ଲାଗିଥିବା ସହ ଏଣେତେଣେ ଘରର ଆସବା ପତ୍ର ଏବଂ ପଇସା ପଡି ରହିଛି। ତେଣୁ ତାଙ୍କୁ ହତ୍ୟା କରାଯାଇଛି ବୋଲି ସନ୍ଦେହ ହେଉଛି।ଗତ କାଲି ସୁମନ୍ତିଙ୍କ ସାବତ ପୁଅ ଧନେଶ୍ବର ସାହୁ ଘରକୁ ଆସିଥିଲେ। କିନ୍ତୁ ଆଜି ଫେରାର ଅଛନ୍ତି ଯାହା ସନ୍ଦେହ ସୃଷ୍ଟି କରୁଛି । ଘଟଣା ସ୍ଥଳକୁ କଲିୟାରୀ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.