Webportal

ଗଞ୍ଜାମ ଓ ଯାଜପୁର ଜିଲ୍ଲାରୁ ଅନୁଗୁଳ ଜିଲ୍ଲା ନ ଆସିବାକୁ ନିର୍ଦ୍ଦେଶ ଜାରିକଲେ ଅନୁଗୁଳ ଜିଲ୍ଲାପାଳ

0 451

ଅନୁଗୁଳ ଜିଲ୍ଲାରେ ଚିହ୍ନଟ ହେଉଥିବା କରୋନା ପଜିଟିଭଙ୍କ ମଧ୍ୟରୁ ଅଧିକାଂଶ ଗଞ୍ଜାମ ଓ ଯାଜପୁର ଜିଲ୍ଲା ଫେରନ୍ତା ହେଇଥିବାରୁ ଅନୁଗୁଳ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ଏକ ନିର୍ଦେଶନାମା ଜାରି କରି ଏହି ଦୁଇ ଜିଲ୍ଲାରୁ କୌଣସି ବ୍ୟକ୍ତି ଅନୁଗୁଳ ଜିଲ୍ଲାକୁ ନ ଆସିବାକୁ କହିଛନ୍ତି। ଯଦି କୌଣସି ନିର୍ଦ୍ଦିଷ୍ଟ କାରଣରୁ ଉପରୋକ୍ତ ଦୁଇ ଜିଲ୍ଲାରୁ କେହି ଅନୁଗୁଳ ଜିଲ୍ଲାକୁ ଆସନ୍ତି ତେବେ ତାଙ୍କୁ ସରକାରୀ କ୍ୱାରେଣ୍ଟଟାଇନ ରେ ୧୪ ଦିନ ପାଇଁ ରହିବା ବାଧ୍ୟତାମୂଳକ ହେବ। ନିୟମର ଉଲଂଘନ କଲେ ଆଇନ ଅନୁଯାୟୀ ଦଣ୍ଡ ଦିଆଯିବ।

Leave A Reply

Your email address will not be published.