Webportal

କଟକ ଭୁବନେଶ୍ୱର ଦୈତ୍ୟ ନଗରୀରେ ରୋଡ଼ ରୋମିଓଙ୍କୁ ସାବାଡ଼ କରିବେ ଏସପିଓ

0 292

ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ରୋକିବାପାଇଁ ଏସପିଓ ନିଯୁକ୍ତି ଦିଆଯିବ। ସାଧାରଣ ମହିଳାମାନଙ୍କୁ ସ୍ପେଶାଲ ପୋଲିସ ଅଫିସର ବା ଏସପିଓ ଭାବେ ନିଯୁକ୍ତି କରାଯିବ ବୋଲି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ପ୍ରକାଶ କରିଛନ୍ତି।ବିଶେଷ କରି ରୋଡ଼ ରୋମିଓଙ୍କୁ ସାବାଡ଼ କରିବାରେ ଏହି ଏସପିଓମାନେ ପ୍ରମୁଖ ଭୂମିକା ଗ୍ରହଣ କରିବେ।ସେ କହିଛନ୍ତି ଯେ ପୋଲିସ କନେଷ୍ଟବଳଙ୍କୁ ମିଳୁଥିବା କ୍ଷମତା ସେମାନଙ୍କୁ ଦିଆଯିବ।ସେମାନେ ଚାହିଁଲେ ଅଭିଯୁକ୍ତକୁ ଗିରଫ କରିପାରିବେ।ଏସପିଓ ମାନଙ୍କୁ ପ୍ରଥମେ ୮୯ ଦିନ ପାଇଁ ନିଯୁକ୍ତି ଦିଆଯିବ।ପରେ ସେମାନଙ୍କ ଦକ୍ଷତାକୁ ବିଚାରକୁ ନେଇ ତାଙ୍କର କାର୍ଯ୍ୟକାଳ ବୃଦ୍ଧି କରାଯିବ। ୨୪୭ ମହିଳାଙ୍କୁ ନେଇ ଏସପିଓ ଟିମ ଗଠନ କରାଯିବ।କଟକ ଓ ଭୁବନେଶ୍ୱର ର ୫୬ ଜଣ ମହିଳା ଏଥିରେ ଅନ୍ତର୍ଭୁକ୍ତ ଅଛନ୍ତି।

Leave A Reply

Your email address will not be published.