Webportal

ଆଜି ଅନୁଗୁଳ ଜିଲ୍ଲାରୁ ୨ ଆକ୍ରାନ୍ତ ଚିହ୍ନଟ ଓ ୨ ସୁସ୍ଥ

0 328

ଆଜି ଅନୁଗୁଳ ଜିଲ୍ଲାରୁ ୨ କରୋନା ପଜିଟିଭ ଚିହ୍ନଟ ହେବାପରେ ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ପହଂଚିଲା ୨୫୪ ରେ।ଜଣେ ଭୁବନେଶ୍ୱର ରେ ଚିକିତ୍ସିତ ହେଉଥିବା ବେଳେ ଓ ଅନ୍ୟ ଜଣେ ବନରପାଲ ଅଞ୍ଚଳର ମହିଳା ନିଜ ପରିବାରର ପୂର୍ବରୁ ଚିହ୍ନଟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ଚିହ୍ନଟ ହୋଇଛନ୍ତି।ଦ୍ଵିତୀୟ ଆକ୍ରାନ୍ତଙ୍କୁ ତାଳଚେର କୋଭିଡ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି।ଇତି ମଧ୍ୟରେ ଦୁଇ ଜଣ ସୁସ୍ଥ ହେବାପରେ ସମୁଦାୟ ସୁସ୍ଥଙ୍କ ସଂଖ୍ୟା ଜିଲ୍ଲାରେ ୧୪୯ ରେ ପହଂଚିଲା।ଏ ସମସ୍ତ ସୂଚନା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଶରତ ଚନ୍ଦ୍ର ସେଠି ଦେଇଛନ୍ତି।

Leave A Reply

Your email address will not be published.