Webportal

ଅନୁଗୁଳ ସିଟିଜେନ ପକ୍ଷରୁ ଅଲ ଇଣ୍ଡିଆ ଭଲିବଲ କପ ୨୦୨୪ ଉଦଯାପିତ

0 354

ଅନୁଗୁଳ ସିଟିଜେନ ପକ୍ଷରୁ ଅମଲାପଡ଼ା ମା ବାସନ୍ତୀ ଦୁର୍ଗାପୂଜା ପଡ଼ିଆରେ ଚାଲିଥିବା (ପ୍ରାଇଡ଼ ଫର୍ ପବିତ୍ର ମୋହନ) ଦୁଇ ଦିନିଆ ଅଲ ଇଣ୍ଡିଆ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି।ପ୍ରଥମ ଦିନରେ ଅନୁଗୁଳ ଜିଲ୍ଲା ର ବିଭିନ୍ନ ପ୍ରାନ୍ତରୁ ୮ ଟି ଟିମ ଅଂଶଗ୍ରହଣ କରିଥିଲେ | ପ୍ରଥମ ଦିନରେ ସନ୍ଥପଡାକୁ ହରାଇ ଗୋବରା ଚାମ୍ପିୟାନ ହୋଇଥିଲା ||ଅନ୍ତିମ ଦିବସରେ ସର୍ବଭାରତୀୟ ସ୍ତର ରୁ ୪ଟି ଦଳ ବିଳାସପୁର ରେଳବାଇ,ଆନ୍ଧ୍ରପ୍ରଦେଶର ବାଲୁଙ୍କେଶ୍ୱର, ରାଉରକେଲାର ରାଇଜିଙ୍ଗ କ୍ଲବ ଓ ଗୋବରା ଭାଗ ନେଇଥିଲେ। ଫାଇନାଲ୍‌ରେ ଆନ୍ଧ୍ରପ୍ରଦେଶ ବାଲୁଙ୍କେଶ୍ୱର କ୍ଲବ୍ ୨-୦ ସେଟ୍‌ରେ ରାଉରକେଲାର ରାଇଜିଂ କ୍ଲବ୍‌କୁ ପରାସ୍ତ କରି ଚାମ୍ପିଅନ୍ ହୋଇଥିଲା । ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ମନ୍ତ୍ରୀ ତୁଷାରକାନ୍ତ ବେହେରା, ମୁଖ୍ୟ ବକ୍ତା ଭାବେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ,ଢେଙ୍କାନାଳ ସାଂସଦ ମହେଶ ସାହୁ,ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ, , ରାଜ୍ୟ ଯୁବ କଲ୍ୟାଣ ବୋର୍ଡ଼ର ଅଧ୍ୟକ୍ଷ କୁନ ବିହାରୀ ଦାଶ, ପୌରାଧ୍ଯକ୍ଷ ଅକ୍ଷୟ ସାମନ୍ତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ଉଦ୍‌ଯାପନୀ ସଭାରେ ସମ୍ମାନିତ ଅତିଥି ଅନୁଗୁଳ ବିଧାୟକ ଶ୍ରୀ ସିଂହ, ପୌରାଧ୍ୟକ୍ଷ ଶ୍ରୀ ସାମନ୍ତ, ଓକିଲ ସଂଘ ସଭାପତି ଦିଲ୍ଲୀପ କୁମାର ସାହୁ, ଚାମ୍ପିଅନ୍ଓ ରନର୍ସଅପ୍ ଦଳ ସମେତ ବିଭିନ୍ନ ବିଭାଗରେ ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ପୁରସ୍କୃତ କରିଥିଲେ। ଅନୁଗୁଳ ସିଟିଜେନର ଉପଦେଷ୍ଠା ମାନସ ରଞ୍ଜନ ମିଶ୍ର ଓ ସଭାପତି ଦୀପକ ରାଉଳଙ୍କ ସହଯୋଗରେ ସଫଳ ଭାବେ ଖେଳ ସମାପନ ହୋଇଥିଲା ||ଖେଳରେ ରେଫରୀ ଭାବେ ନିରଞ୍ଜନ ନାୟକ, ଅଶୋକ ପ୍ରଧାନ,ଶ୍ରୀକାନ୍ତ ନାୟକ, ଚିନ୍ମୟ ଦାସ, ସଞ୍ଜୟ ବଳ, ଉଦିତ ଗଡ଼ନାୟକ ପ୍ରମୁଖ ଉପସ୍ଥିତ ରହି ରେଫରୀ କାର୍ଯ୍ୟ ତୁଲାଇଥିଲେ |

Leave A Reply

Your email address will not be published.