Webportal

ଅନୁଗୁଳ ମେଡ଼ିକାଲରେ ଦଲାଲୀ ଅଭିଯୋଗରେ ଗିରଫ ସ୍ବେଚ୍ଛାସେବୀ ମାନଙ୍କୁ ମୁକୁଳେଇବା ଅଭିଯାନ ଜୋରଦାର

0 522

ଗତ ସତେଇସ ତାରିଖରେ ଅନୁଗୁଳ ପୋଲିସ ଦ୍ୱାରା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦଲାଲୀ ଅଭିଯୋଗ ରେ ଗିରଫ ହୋଇଥିବା ଚାରିଜଣଙ୍କ ମାମଲା ଏକ ନୂଆ ମୋଡ଼ ନେଇଛି।ଆଜି ବିଭିନ୍ନ ସଂଗଠନ ପକ୍ଷରୁ ଏକତ୍ରିତ ଭାବେ ଏହାକୁ ବିରୋଧ କରାଯାଇ ଏକ ଶୋଭାଯାତ୍ରା ବାହାର କରାଯାଇ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।ବିଭିନ୍ନ ସଂଗଠନ ର କର୍ମକର୍ତ୍ତା ଙ୍କ କହିବା ଅନୁଯାୟୀ ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ସ୍ବେଚ୍ଛାସେବୀ ଓ ବିଭିନ୍ନ ସମୟରେ ରୋଗୀମାନଙ୍କୁ ରକ୍ତ, ଔଷଧ ଏବଂ ଅନ୍ୟାନ୍ୟ ସେବା ଯୋଗାଇ ଆସୁଛନ୍ତି, ଯେଉଁଥି ପାଇଁ ବହୁତ ଥର ଜିଲ୍ଲା ପ୍ରଶାସନ ଓ ଅନେକ ସଂଗଠନ ପକ୍ଷରୁ ସେମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି।ଜିଲ୍ଲାରେ ଅନେକ ଜରୁରୀ କାଳୀନ ପରିସ୍ଥିତି ରେ, ଏପରିକି ଜିଲ୍ଲା ବାହାରେ ମଧ୍ୟ ଜିଲ୍ଲା ସମ୍ଭଧିୟ ଆପାତକାଳୀନ ପରିସ୍ଥିତି ରେ ସେମାନଙ୍କ ସାହାଯ୍ୟ ନିଆଯାଇଛି।ଯଦି ସେମାନେ ଦଲାଲ ତେବେ ପ୍ରଶାସନ ପାଖରେ ପୂର୍ବରୁ ନିଶ୍ଚିତ ଖବର ଥିବ ଓ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆବଶ୍ୟକତା ଥିଲା।ତେଣୁ ହଠାତ ଏଭଳି ଭାବେ ଗିରଫଦାରୀ କୁ ସ୍ଥାନୀୟ ଲୋକମାନେ ଗ୍ରହଣ କରି ପାରୁ ନାହାଁନ୍ତି।ଜିଲ୍ଲାପାଳଙ୍କୁ ଦେଇଥିବା ଦାବିପତ୍ର ରେ ସେମାନଙ୍କୁ ତୁରନ୍ତ ଦୋଷମୁକ୍ତ କରି ଛଡା ଯିବାପାଇଁ କୁହାଯାଇଛି।

Leave A Reply

Your email address will not be published.