ଆଜି ଅନୁଗୁଳ ବ୍ଲକ କଂଗ୍ରେସ ପକ୍ଷରୁ ବାରଗୌଣିଆ ପଞ୍ଚାୟତ କଂଗ୍ରେସର କର୍ମୀ ବୈଠକ ବାରଗୌଣିଆ ମାଆ ପାଣ୍ଡରିଶୁଣୀଙ୍କ ପ୍ରାଙ୍ଗଣରେ ଥିବା ଆମ୍ବତୋଟାଠାରେ ବ୍ଲକ ସଭାପତି ରାକେଶ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆଜିର ଏହି ବୈଠକରେ ପଞ୍ଚାୟତ ସ୍ତରରେ କଂଗ୍ରେସ କର୍ମୀମାନଙ୍କୁ ସୁସଂଗଠିତ କରି ପ୍ରତ୍ୟେକ ୱାର୍ଡ଼ ଓ ବୁଥସ୍ତରରେ ସଂଗଠନକୁ ସୁଦୃଢ କରିବା ପାଇଁ ପ୍ରଥମେ ପଞ୍ଚାୟତ କମିଟି ଗଠନ କରିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା ଓ ଏକ ତିନି ଜଣିଆ କମିଟି ଗଠନ ହୋଇଥିଲା। ପଞ୍ଚାୟତର କଂଗ୍ରେସ ନେତା ଅମର ପ୍ରଧାନଙ୍କୁ ସଭାପତି, ନରେଶ ସାହୁ ଓ ବବୃବାହାନ ନାହାକଙ୍କୁ ସମ୍ପାଦକ ଭାବେ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଥିଲା। ଯୁବକମାନଙ୍କୁ ବିଶେଷ ଭାବେ କ୍ରିୟାଶୀଳ କରି ସେମାନଙ୍କୁ ମୁଖ୍ୟଶ୍ରୋତକୁ ଆଣିବା ଆଜି ବୈଠକର ମୁଳ ଉଦ୍ଦେଶ୍ୟ ବୋଲି ସଭାପତି ପ୍ରକାଶ କରିଥିଲେ। ପଞ୍ଚାୟତ ସଭାପତି ଓ ସମ୍ପାଦକ ପ୍ରତ୍ୟେକ ବୁଥ ଓ ୱାର୍ଡ କମିଟି କର୍ମୀମାନଙ୍କ ବୈଠକ ମାଧ୍ୟମରେ ଗଠନ କରିବେ ଓ ବ୍ଲକ କଂଗ୍ରେସ ସଭାପତିଙ୍କୁ ମଧ୍ୟ ବୈଠକରେ ସାମିଲ କରିବା ପାଇଁ ସ୍ଥିର ହୋଇଛି। ଆଜିର ଏହି କର୍ମୀ ବୈଠକରେ ପ୍ରଦେଶ କଂଗ୍ରେସ କମିଟିର ମିଡିଆ ପ୍ୟାନେଲଲିଷ୍ଟ ରୂପାଦୀପ୍ତା ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଗାମୀ ପଞ୍ଚାୟତରେ କଂଗ୍ରେସ ଦଳକୁ ମଜଭୁତ କରିବା ସହ ଦଳକୁ ଆଗାମୀ ଦିନରେ ସୁଦୃଢ କରିବାକୁ ସମସ୍ତ ଉପସ୍ଥିତ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଉପସଭାପତି ସୌଭାଗ୍ୟ ବିଶ୍ବାଳ, ସାଧାରଣ ସମ୍ପାଦକ ଆଲୋକ ଦେହୁରୀ, ସଂପାଦକ ଚନ୍ଦ୍ରକାନ୍ତ ପ୍ରଧାନ ଓ ଉପେନ୍ଦ୍ର ଦେହୁରୀ, ଛକୁଡି ଦେହୁରୀ, ଚିତ୍ତରଞ୍ଜନ ସାହୁ, ବଳରାମ ସାହୁ, କଣ୍ଟିଆ ମହାରଣା, ଅଧିକାରୀ ଦେହୁରୀ, ଗଗନ ନାଏକ, କାଳିଆ ସାହୁ, ଦେବରାଜ ସାହୁ, ସୁଭମ ନାହାକ, ଦିଲ୍ଲୀପ ଭୋଇ ପ୍ରମୁଖ ଶତାଧିକ କର୍ମୀ ଉପସ୍ଥିତ ଥିଲେ।