Webportal

ଅନୁଗୁଳ ଜିଲ୍ଲାରେ ଦୋକାନ ଖୋଲିବା ପାଇଁ ଜାରି ହେଲା ନୂଆ ନିର୍ଦେଶନାମା

0 803

ଅନୁଗୁଳ ଜିଲ୍ଲାରେ ଦୋକାନ ଖୋଲିବାକୁ ନେଇ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପୂର୍ବରୁ ଦେଇଥିବା ତାଙ୍କର ଆଦେଶରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି।

ନୂତନ ଆଦେଶ ଅନୁଯାୟୀ ମ୍ୟୁନିସିପାଲିଟି ଅଞ୍ଚଳରେ ବହି, ହାର୍ଡୱେଆର, ସାନିଟାରୀ ଓ ଇଲେକ୍ଟ୍ରିକାଲସ ଦୋକାନ ଯେଉଁଠି ଲାଇଟ, ପଙ୍ଖା ଏବଂ ବିଦ୍ୟୁତ ଉପକରଣ ବିକ୍ରି କରା ଯାଉଛି ଏବେ ସପ୍ତାହରେ ଦୁଇଦିନ ବଦଳରେ ପ୍ରତ୍ୟକ ଦିନ ଖୋଲା ରହି ପାରିବ।

ମ୍ୟୁନିସିପାଲିଟି ଅଞ୍ଚଳ ବାହାରେ ଥିବା ମଲ, ଚା, କଫି ଦୋକାନ, ବିଉଟି ପାଲର, ସେଳୁନ, ଜିମ, ଫାଷ୍ଟ ଫୁଡ଼,ପାନ ଗୁଟକା ଏବଂ ଅନ୍ୟାନ୍ୟ ଖାଦ୍ୟ ଦୋକାନ ଯେଉଁଠି ଛାପ ପଡିବାର ସମ୍ଭାବନା ରହିଛି ସେଗୁଡିକ ଖୋଲାଯିବ ନାହିଁ।

ସମସ୍ତ ଦୋକାନ ପାଇଁ କେବଳ ୫୦% କର୍ମଚାରୀ ମାସ୍କ ପିନ୍ଧି ଉପସ୍ଥାନ ରହିବା ଓ ସାମାଜିକ ଦୂରତ୍ୱ ବଜାୟ ରଖିବା ବାଧ୍ୟତାମୂଳକ।ଦୋକାନ ଗୁଡିକ ସକାଳ ୬ ଟା ରୁ ଅପରାହ୍ନ ୧ ଟା ପର୍ଯ୍ୟନ୍ତ ଖୋଲା ରହି ପାରିବ।

Leave A Reply

Your email address will not be published.