Webportal

ଅନୁଗୁଳ ଜିଲ୍ଲାରେ ତାଣ୍ଡବଲୀଳା ଭୟରେ ବନ୍ଦ ଶାନ୍ତିପୂର୍ଣ୍ଣ

0 420

ଆଜି ଭାରତ ବନ୍ଦ ଡାକରା କୁ ସଫଳ କରିବା ପାଇଁ ବିଭିନ୍ନ ବାମ ପନ୍ଥୀ ସଂଗଠନ ମାନଙ୍କ ଦ୍ୱାରା ଦିଆଯାଇଥିବା ବନ୍ଦ ଡାକରା କୁ ସଫଳ କରିବା ପାଇଁ ଅନୁଗୁଳ ଜିଲ୍ଲା ର ବିଭିନ୍ନ ସ୍ଥାନ ରେ ପିକେଟିଂ କରି ରାସ୍ତା ଓ ଟ୍ରେନ ଚଳାଚଳ ବନ୍ଦ କରାଇଛନ୍ତି ଆନ୍ଦୋଳନକାରୀମାନେ। ଅନୁଗୋଳ ଷ୍ଟେସନ ଠାରେ କର୍ମୀ ମାନେ ଟ୍ରେନ ସବୁ ଅଟକ ରଖିଥିବା ବେଳେ ଅନେକ ସ୍ଥାନରେ ମାଲଗାଡି କୁ ମଧ୍ୟ ଅଟକ ରଖା ଯାଇଛି। ସେହିପରି ଅନୁଗୋଳ ଜିଲ୍ଲାର ନାଲକୋ,ଜିନ୍ଦଲ,ଏନ ଟି ପିସି ର ପ୍ଲାଣ୍ଟ ସବୁ ବନ୍ଦ କରିଛନ୍ତି। କ୍ରେନ୍ଦ୍ରୀୟ ଟ୍ରେଡ ୟୁନିୟନ ଓ ସ୍ୱାଧୀନ ଫେଡେରେସନ ମିଳିତ ମଞ୍ଚ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାକୁ ସମର୍ଥନ ଜଣାଇଛି କଂଗ୍ରେସ। ବନ୍ଦ ଫଳରେ ରାସ୍ତା ର ଉଭୟ ପାର୍ଶ୍ୱରେ ଶହ ଶହ ଟ୍ରକ ଛିଡା ହୋଇଛି।ସେପଟେ ବ୍ୟାଙ୍କ ଓ କାର୍ଯ୍ୟାଳୟ ଗୁଡ଼ିକ ବନ୍ଦ ରହିଥିବା ବେଳେ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକ ମଧ୍ୟ ବନ୍ଦ ରହିଛି।ଯଦି କିଏ ନିଜ ଅନୁଷ୍ଠାନ ଖୋଲା ରଖିଥିଲେ ସେସବୁକୁ ଜୋର ଜବରଦସ୍ତ ବନ୍ଦ କରାଇ ଦିଆଯାଇଛି।ସବୁ ବନ୍ଦ ପରି ଆଜିର ବନ୍ଦକୁ ମଧ୍ୟ ଆନ୍ଦୋଳନ କାରୀଙ୍କୁ ଛାଡିଦେଲେ ଅନ୍ୟମାନେ ଭୟ କାରଣରୁ ପାଳନ କରିଥିବା ଦେଖାଯାଇଛି।ସ୍ୱାଭାବିକ ଭାବରେ ଏହାକୁ ଡାକରା ଦେଇଥିବା ସଂଗଠନ ସବୁଥର ପରି ଆଜିର ବନ୍ଦ ମଧ୍ୟ ସଫଳ ହେଇଛି ବୋଲି ଦାବି କରିଛନ୍ତି।

Leave A Reply

Your email address will not be published.