Webportal

ୟୁପିଆଇ କାରବାର ଉପରେ ଦେୟ ଆଦାୟ କରାଯିବାର ଆଶଙ୍କା

0 119

କଣ ୟୁପିଆଇ (ୟୁନାଇଟେଡ ପେମେଣ୍ଟସ ଇଣ୍ଟରଫେସ) କାରବାର ଉପରେ ଦେୟ ଆଦାୟ କରାଯିବ ? ଏପରି ଏକ ପ୍ରଶ୍ନ ଏବେ ଗ୍ରାହକମାନଙ୍କ ମନକୁ ଆନ୍ଦୋଳିତ କରୁଛି । କାରଣ ଏସମ୍ପର୍କରେ ବିଭିନ୍ନ ପକ୍ଷ (ବ୍ୟାଙ୍କ, ଏନପିସିଆଇ, ପେମେଣ୍ଟ ବ୍ୟାଙ୍କ, ଗ୍ରାହକ ଇତ୍ୟାଦି)ମାନଙ୍କ ମତାମତ ଆହ୍ବାନ କରିଛନ୍ତି ରିଜର୍ଭ ବ୍ୟାଙ୍କ ।

ଗତ ୧୭ ତାରିଖରେ ଡିଜିଟାଲ ପେମେଣ୍ଟ ସିଷ୍ଟମ ସଂପର୍କରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି ଆଲୋଚନା ପତ୍ରରେ ଏ ସଂପର୍କରେ ପ୍ରସ୍ତାବ ଦିଆଯାଇ ମତାମତ ଆହ୍ବାନ କରାଯାଇଛି । ଆସନ୍ତା ଅକ୍ଟୋବର ୩ ସୁଦ୍ଧା ମତାମତ ଦିଆଯାଇପାରିବ ।

ସୂଚନାଯୋଗ୍ୟ ଯେ, ଦେଶରେ ଡିଜିଟାଲ କାରବାର ପାଇଁ ୨୦୧୬ ଅଗଷ୍ଟରେ ୟୁପିଆଇ ଆରମ୍ଭ ହୋଇଥିଲା। ଗତ ଜୁଲାଇ ମାସରେ ଦେଶର ୟୁପିଆଇ କାରବାର ପ୍ରଥମ ଥର ପାଇଁ ୬୦୦ କୋଟି ଟପିଯାଇଥିଲା । ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ୍ ଇଣ୍ଡିଆ (ଏନପିସିଆଇ) ତଥ୍ୟରୁ ଜଣାଯାଇଛି ଯେ ଜୁଲାଇ ମାସରେ ୬୨୮ କୋଟି ୟୁପିଆଇ କାରବାର ହୋଇଛି। ଜୁନରେ ଏହି ସଂଖ୍ୟା ୫୮୬ କୋଟି ରହିଥିଲା। ମୂଲ୍ୟ ଅନୁଯାୟୀ ଜୁଲାଇ ମାସରେ ୟୁପିଆଇ ମାଧ୍ୟମରେ ୧୦,୬୨,୭୪୭ କୋଟି ଟଙ୍କାର କାରବାର ହୋଇଛି। ଜୁନ ମାସରେ ଏହି କାରବାର ମୂଲ୍ୟ ୧୦,୧୪,୩୮୪ କୋଟି ଟଙ୍କା ରହିଥିଲା। ଅର୍ଥାତ ଜୁନ ତୁଳନାରେ ଜୁଲାଇରେ ଏଥିରେ ୪.୭୭ ପ୍ରତିଶତ ବୃଦ୍ଧି ଘଟିଛି। ତେବେ ମେ ମାସରେ ୟୁପିଆଇ କାରବାର ସଂଖ୍ୟା ୫୯୫ କୋଟି ଥିବାବେଳେ ମୂଲ୍ୟଦୃଷ୍ଟିରୁ ଏହା ୧୦,୪୧,୫୦୬ କୋଟି ଟଙ୍କା ରହିଥିଲା।

Leave A Reply

Your email address will not be published.