Webportal

ହାତୀ ଜଗିବାରେ ବନବିଭାଗ ବିଫଳ, ପୁନର୍ବାର ହାତୀ ଆକ୍ରମଣରେ ମନୁଷ୍ୟ ମୃତ

0 347

ଅନୁଗୁଳ ଜିଲ୍ଲା ରେଙ୍ଗାଳି ଥାନା ଓଳନ୍ଧା ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମୃତ।ଘରେ ଖାଉଥିବା ସମୟରେ ଘରୁ ଟାଣି ଆଣି କଚାଡି ମାରିଲା ହାତୀ। ମୃତକ ହେଲେ ଓଳନ୍ଧା ଗ୍ରାମର ନବ ସେଠି ।ବାରମ୍ବାର ହାତୀ ମାନେ ଜନବସତି ଆଡ଼କୁ ଆସି ଜନଜୀବନ ହାନି କରୁଛନ୍ତି କିନ୍ତୁ ଲୋକଙ୍କୁ ହାତୀ କବଳରୁ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ଗଠନ ହାତୀ ସୁରକ୍ଷା ସ୍କ୍ୱାର୍ଡ ସତେ ଯେମିତି କାଗଜ କଲମରେ ସୀମିତ ରହୁଛି।ବାରମ୍ବାର ମଣିଷ ହାତୀ ଲଢେଇ ଫଳରେ ନିରୀହ ଲୋକଙ୍କ ଜୀବନ ଯାଉଛି, ତେଣୁ ବନବିଭାଗ ନିଜ ଦାଇତ୍ୱ ସଠିକ ଭାବରେ ତୁଲାଇବାକୁ ଲୋକମାନେ ଦାବି କରୁଛନ୍ତି।

Leave A Reply

Your email address will not be published.