Webportal

ହାତୀ ଆକ୍ରମଣରେ ମହିଳା ମୃତ

ଜଙ୍ଗଲ ଶେଷ କରାଯିବାର ମୂଲ୍ୟ ଜୀବନ ଦେଇ ଦେଉଛି ମନୁଷ୍ୟ

0 143

ହାତୀ ଆକ୍ରମଣରେ ମହିଳା ମୃତ। ଅନୁଗୁଳ ବନାଞ୍ଚଳ ସାହାରାଗୋଡା ସୁନାଭୁଇଁ ଗ୍ରାମରେ ଆଜି ଭୋର୍ ସମୟରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ମୃତ ମହିଳା ଜଣଙ୍କ ହେଲେ ସୁମନ୍ତ ବେହେରାଙ୍କ ସ୍ତ୍ରୀ ଝିଲି ବେହେରା (୩୫) । ମହିଳା ଜଣଙ୍କ କୂଅକୁ ପାଣି ପାଇଁ ଯାଉଥିବା ବେଳେ ଦନ୍ତା ହାତୀ ଆକ୍ରମଣ କରିଥିଲା। ଯାହା ଫଳରେ ଘଟଣାସ୍ଥଳରେ ମହିଳାଙ୍କର ମୃତ୍ୟୁ ଘଟିଥିଲା। ଘଟଣା ସ୍ଥଳରେ ପରିସ୍ଥିତି ଉତ୍ତେଜନା ଲାଗି ରହିଛି। ଖବର ଲେଖାଯିବା ପର୍ଯ୍ୟନ୍ତ ଉଭୟ ପଟରେ ରାସ୍ତା ରୋକ କରାଯାଇଛି। ଏହା ସହିତ ଲୋକମାନେ ରେଞ୍ଜର ଙ୍କୁ ମଧ୍ଯ ଅଟକ ରଖିଛନ୍ତି।

Leave A Reply

Your email address will not be published.