Webportal

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ରେ ଗାଡି କେତେ ସୁରକ୍ଷିତ ଜଣାନାହିଁ, କିନ୍ତ୍ ଏଥିରୁ ଆଦାୟ ହେବ ୫୦୦ କୋଟି

0 135

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ରୁ ଆଦାୟ ହେବ ୫୦୦ କୋଟି । ସେପଟେ ୨୦୨୨, ଡିସେମ୍ବର ୩୧ ତାରିଖ ସୁଦ୍ଧା ଦେଶର ସମସ୍ତ ଗାଡ଼ିରେ ଲାଗିବ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ (ଏଚ୍‌ଏସ୍‌ଆର୍‌ପି)। ଏହା ବାଧ୍ୟତାମୂଳକ। ୨୦୧୯ ଏପ୍ରିଲ ପରେ କିଣାଯାଇଥିବା ଗାଡ଼ିକୁ ଏଭଳି ନମ୍ବର୍ ପ୍ଲେଟ୍ ମିଳି ସାରିଥିବାବେଳେ ଏହାପୂର୍ବରୁ କିଣାଯାଇଥିବା ସମସ୍ତ ପୁରୁଣା ଗାଡ଼ିରେ ଏଭଳି ନମ୍ବର୍ ପ୍ଲେଟ୍ ଲଗାଇବା ଏବେ ବାଧ୍ୟତାମୂଳକ। ସରକାରଙ୍କ ନିର୍ଦ୍ଧାରିତ ତାରିଖ ପୂର୍ବରୁ ଏହି ନମ୍ବର୍ ପ୍ଲେଟ୍ ନ ଲଗାଇଲେ ଏଥିପାଇଁ ଜରିମାନା ଦେବାକୁ ହେବ। କେନ୍ଦ୍ର ସରକାରଙ୍କ ଏହି ମଟର ଯାନ ଆଇନକୁ ରାଜ୍ୟ ସରକାରଙ୍କ ପରିବହନ ବିଭାଗ ମଧ୍ୟ କଡ଼ାକଡ଼ି କରିଛନ୍ତି। ଏଥିପାଇଁ ଜୁନ୍ ପହିଲାରୁ ଗ୍ଦସବଜ୍ଞ.ସଦ୍ଭରେ ଅନ୍‌ଲାଇନ୍‌ରେ ନମ୍ବର୍ ପ୍ଲେଟ୍ ବୁକ୍ ପାଇଁ ଆବେଦନ କରିବାକୁ କୁହାଯାଇଛି।

ଓଡ଼ିଶାରେ ୨୦୧୯ ସୁଦ୍ଧା ଥିବା ୮୦ ଲକ୍ଷ ପଞ୍ଜିକୃତ ଗାଡ଼ି ରହିଛି। ଏହି ଗାଡ଼ିର ମାଲିକମାନେ ଏଚ୍‌ଏସ୍‌ଆର୍‌ପି ନମ୍ବର ପ୍ଲେଟ୍ ଲଗାଇଲେ ସରକାରଙ୍କ ରାଜକୋଷକୁ ଯିବ ୫୦୦ କୋଟିରୁ ଅଧିକ ଟଙ୍କା। ଗାଡ଼ି ମାଲିକମାନେ ଟଙ୍କା ଅନ୍‌ଲାଇନ୍‌ରେ ଜମା କରି ସ୍ବୀକୃତିପ୍ରାପ୍ତ ଡିଲର୍‌ଙ୍କ ପାଖରୁ ଏହି ପ୍ଲେଟ୍ ପାଇପାରିବେ। ତେବେ ଏହି ନମ୍ବର୍ ପ୍ଲେଟ୍‌କୁ ନେଇ ଏବେସବୁ ମହଲରେ ପ୍ରଶ୍ନ ଉଠୁଛି। ଏଭଳି ନମ୍ବର୍ ପ୍ଲେଟ୍‌ର କି ଆବଶ୍ୟକତା ରହିଛି? ଏହାକୁ ବାଧ୍ୟତାମୂଳକ କରାଯାଉଛି କାହିଁକି? ଏହି ନମ୍ବର୍ ପ୍ଲେଟ୍ ଲଗାଇଲେ ଗାଡ଼ି କେତେ ସୁରକ୍ଷିତ ରହିବ? ଏହି ନମ୍ବର୍ ପ୍ଲେଟ୍‌ରେ ଏଭଳି କି ବିଶେଷତା ଅଛି, ଯାହାକୁ ଲଗାଇବା‌କୁ ସରକାର ଏତେ ତତ୍ପରତା ଦେଖାଉଛନ୍ତି? ଏଭଳି ସ୍ଥିତିରେ ଜ‌ଣେ ବ୍ୟକ୍ତି ନିର୍ଦିଷ୍ଟ ଭାବେ କେଉଁ ଗାଡି ପାଇଁ କେତେ ଟଙ୍କା ଦେବେ, ତାର ବିଜ୍ଞପ୍ତି ପ୍ରକାଶ ନ ପାଇବା ଓ ଏଥିପାଇଁ ଆର୍‌ଟିଓମାନଙ୍କ ପାଖରେ ସୂଚନା ନଥିବାକୁ ନେଇ ମଧ୍ୟ ଦ୍ବନ୍ଦ୍ବ ବଢୁଛି।

Leave A Reply

Your email address will not be published.