Webportal

ହକି ବିଶ୍ଵକପ ପାଇଁ ଜାନୁୟାରୀ ୧ ରୁ ୧୨ ପର୍ଯ୍ୟନ୍ତ କଟକକୁ ଭାରିଯାନ ପ୍ରବେଶ ଉପରେ କଟକଣା

0 200

ହକି ବିଶ୍ବକପ୍ ଉଦଘାଟନୀ ଉତ୍ସବ ପାଇଁ କଡାକଡି ହେଲା ନିୟମ । ଆସନ୍ତା ଜାନୁୟାରୀ ୧ ରୁ ୧୨ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ କଟକ ସହରରେ କୌଣସି ଟ୍ରକ, ଟ୍ରିପର ଟ୍ରାକ୍ଟର,ଟ୍ରେଲର ମାଧ୍ୟମରେ ବାଲି, ଚିପ୍ସ ଓ ଲଘୁ ଖଣିଜ ପଦାର୍ଥ କଟକ ସହର ସୀମା ପରିସର ଏବଂ କଟକରୁ ଭୁବନେଶ୍ୱର ମଧ୍ୟର ପରିବହନ ନିଷେଧାଦେଶ ନିୟମ ଜାରି କରିଛନ୍ତି ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ।

ଏହାସହ ଯେଉଁ ଭାରୀଯାନଗୁଡିକ ଅତ୍ୟାବଶ୍ୟକ କାର୍ଯ୍ୟ ସହ ଜଡିତ ଥିବ ସେଗୁଡ଼ିକୁ ଜିଲା ପ୍ରଶାସନ ଓ କମିଶନରେଟ ପୁଲିସ ପକ୍ଷରୁ ଦିଆଯିବ ଅନୁମତି। ଆଉ ସେହି ପ୍ରମାଣ ପତ୍ର ଦେଖାଇ ସେମାନେ ଜରୁରୀକାଳୀନ କାର୍ଯ୍ୟରେ ନିୟୋଜିତ ହୋଇ ପାରିବେ।

ସୂଚନାଯୋଗ୍ୟ ଯେ, ଜାନୁୟାରୀ ୧୧ ତାରିଖରେ ବାରବାଟୀ ଷ୍ଟାଡିଅମରେ ଅନୁଷ୍ଠିତ ହେବ ହକି ବିଶ୍ୱକପର ଉଦଘାଟନ ଉତ୍ସବ। ଏହି ମେଗା ଆୟୋଜନକୁ ଦେଖିବା ପାଇଁ ଆସିଥିବାକୁ ଥିବା କ୍ରୀଡ଼ାପ୍ରେମୀ, ଅତିଥି , ସାଧାରଣ ଜନତା ଯେପରି ସୁରକ୍ଷିତ ରହିବେ ସେଥିପାଇଁ ମୋଟର ଯାନ ଆଇନ ଧାରା ୧୧୫ ଓ ୧୭୩ ଅନୁଯାୟୀ ଏହି ନିୟମ କଡାକଡି କରିଛନ୍ତି କଟକ ଜିଲ୍ଲାପାଳ।

Leave A Reply

Your email address will not be published.