Webportal

ସ୍ୱାମୀ ସାମ୍ନାରେ ସ୍ତ୍ରୀକୁ ଦୁଷ୍କର୍ମ

0 277

ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୂବନ ଥାନା ବାରୁଆଁ ଗ୍ରାମ ନିକଟସ୍ଥ କେନାଲ ରାସ୍ତାରେ।ଅଭିଯୋଗ ମୁତାବକ ଯାଜପୁର ଜିଲ୍ଲା କଲରଙ୍ଗିଅତା ଗ୍ରାମର ଜୈନିକ ସ୍ୱାମୀ ସାମ୍ନାରେ ସ୍ତ୍ରୀକୁ ଦୁଷ୍କର୍ମ।ସ୍ୱାମୀ ସ୍ତ୍ରୀ ଗତ ଶୁକ୍ରବାର ଦିନ ବାଇକରେ ଭୂବନକୁ ଆସି ସଂଧ୍ୟାରେ ଫେରୁଥିବା ବେଳେ କେନାଲ ରାସ୍ତାରେ ୫ ଜଣ ଯୁବକ ବାଇକୁ ଅଟକାଇବା ସହ ତାଙ୍କୁ ମାଡ ମାରି ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ଠାରୁ ୨ଟି ମୋବାଇଲ ଛଡାଇ ନେଇଥିଲେ । ଏହା ସହିତ ୫ ଜଣ ଯୁବକ ଜଣକ ପରେ ଜଣେ ସ୍ତ୍ରୀକୁ ଦୁଷ୍କର୍ମ କରିଥିଲେ ଏବଂ ମୋବାଇଲରେ ରେକର୍ଡ ମଧ୍ୟ କରିଥିଲେ । କାହାକୁ ଜଣାଇଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । ଏକ ମୋବାଇଲ ନମ୍ବର ଦେଇ ୧୦ ହଜାର ଟଙ୍କା ପଠାଇବାକୁ କହିଥିଲେ ।ତେବେ ଏନେଇ ଉଭୟ ସ୍ୱାମୀ ସ୍ତ୍ରୀ ଭୂବନରେ ଥାନାରେ ପହଞ୍ଚି ଲିଖିତ ଅଭିଯୋଗ ପରେ ପୋଲିସ ଢ଼େଙ୍କାନାଳ ମେଡିକାଲରେ ସ୍ତ୍ରୀର ଡାକ୍ତରୀ ମାଇନା କରିବା ସହ ଅଧିକ ତଦନ୍ତ ଜାରି ରଖିିଛି ।

Leave A Reply

Your email address will not be published.