Webportal

ସାମ୍ବାଦିକଙ୍କ ବଇରୀ ଅନୁଗୁଳ ଜିଲ୍ଲା ଲୋକସମ୍ପର୍କ ବିଭାଗ ଓ ପ୍ରଶାସନ

ସୂଚନା ଅଧିକାର ଯୁଗରେ କେବଳ ହାତଗଣତି ଖବରଦାତାଙ୍କୁ ସୂଚନା ଦେବାପାଇଁ ଆଗ୍ରହ କାହିଁକି

0 312

ଆଶ୍ଚର୍ଯ୍ୟଜନକ ଭାବେ ଅନୁଗୁଳ ରେ କିଛି ହାତଗଣତିଙ୍କୁ ଛାଡିଦେଲେ ଅନ୍ୟ ସାମ୍ବାଦିକଙ୍କୁ ଜିଲ୍ଲାର କୌଣସି ସରକାରୀ ଖବର ସମ୍ପର୍କିତ ସୁଚନା ଦିଆଯାଉ ନାହିଁ।ଅଭିଯୋଗ ହେଉଛି ଯେ ଜିଲ୍ଲା ଲୋକସମ୍ପର୍କ ଅଧିକାରୀ ଓ ଜିଲ୍ଲାପାଳଙ୍କୁ ସମସ୍ତ ପ୍ରକାର ଯୋଗାଯୋଗ ମାଧ୍ୟମ ଯଥା ଇମେଲ, whatsapp, ଏସେମେଶ୍, ଫୋନ୍ ଆଦି ମାଧ୍ୟମରେ ଯୋଗାଯୋଗ କଲେ ମଧ୍ୟ ସୂଚନା ପାଉ ନ ଥିବା ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଏହା ଯୋଗାଇ ଦିଆଯିବା ପାଇଁ କୌଣସି ପଦକ୍ଷେପ ନିଆଯାଉ ନାହିଁ।

ଏହା ପଛରେ ବୋଧହୁଏ ପ୍ରଶାସନର ଭୁଲ୍ ଠିକରେ ଆଖିରେ ପୁଟୁଳି ବାନ୍ଧି ରହୁଥିବା ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଛଡ଼ା ଅନ୍ୟ ମାନଙ୍କ ଠାରୁ ଖବର ଲୁଚାଯିବାର୍ ଅନୈତିକ ଉଦ୍ଦେଶ୍ୟ ନିଶ୍ଚିତ ଭାବରେ ରହିଛି। ନଚେତ୍ ଖବର ଦାତାଙ୍କୁ ଖବର ଦେବାପାଇଁ ସରକାରୀ ଅଧିକାରୀ ମାନଙ୍କର କୁଣ୍ଠାବୋଧ କଣପାଇଁ। ଏପରିକି ସୂଚନା ଅନୁଯାୟୀ ସୂଚନା ଓ ଲୋକସମ୍ପର୍କ ବିଭାଗର ରାଜ୍ୟ ସଚିବଙ୍କ କଥାକୁ ବି ଅନୁଗୁଳ ଜିଲ୍ଲାରେ ବେଖାତିର କରାଯାଇଛି, ଯାହାକି ଏମାନଙ୍କ ଗୁଣକୁ ଦେଖାଉଛି।

ଏତେ ସବୁପରେ କିଛି ସାମ୍ୱାଦିକ ଆଇନର ଆଶ୍ରୟ ନେବାକୁ ଯାଉଥିବା ଜଣାପଡିଛି।

Leave A Reply

Your email address will not be published.