Webportal

ସାମ୍ବାଦିକଙ୍କ ପତ୍ନୀଙ୍କ ବେକରୁ ଝାଂପିନେଲେ ମଙ୍ଗଳସୂତ୍ର, ଥାନାରେ ଲିଖିତ ଅଭିଯୋଗ

0 182

ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କାଣ୍ଡସର ଗ୍ରାମରେ ରହୁଥିବା ୱେବ୍ ମିଡ଼ିଆ ସାମ୍ବାଦିକ ସୁଧାକର ସାହୁଙ୍କ ପତ୍ନୀ ସକାଳ ସମୟରେ ପୂଜା ପାଇଁ ଫୁଲ ତୋଳୁଥିବା ସମୟରେ ଜଣେ ଚୋର ଅତର୍କିତ ଭାବରେ ଆସି ତାଙ୍କ ବେକରୁ ପିନ୍ଦୀ ଥିବା ସୁନା ମଙ୍ଗଳସୁତ୍ର ଟିକୁ ନେଇ ଖୁବ ଜୋରରେ ଦୌଡ଼ି ପଳେଇ ଯାଇଥିଲା । ସାମ୍ବାଦିକ ଙ୍କ ପତ୍ନୀ ପାଟି କରିବାରୁ ପଡ଼ୋଶୀ ଙ୍କ ସହିତ ଉକ୍ତ ସାମ୍ବାଦିକ ମଧ୍ୟ ଦୌଡ଼ି ଆସି ଥିଲେ କିନ୍ତୁ ଚୋର କୁ ଧରିବାରେ ଅକ୍ଷମ ହୋଇଥିଲେ। ପରେ ଏ ନେଇ ନାଲକୋ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.