Webportal

ସରକାରୀ କାର୍ଯ୍ୟାଳୟର ଚିଠି ଜାଲିଆତି

ସୂଚନା ଅଧିକାର ଆଇନ ବଳରେ ଛାଞ୍ଚଲ୍ୟକର ତଥ୍ୟ

0 278

ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜେନେରାଲ ମିସ ବିଭାଗରୁ ବାଲିକୁଦା ବିଡ଼ିଓଙ୍କ ନିକଟକୁ ପତ୍ର ସଂଖ୍ୟା ୮୪୭୫ ତା ୮।୧୧।୨୦୧୯ ବାଲିକୁଦା ପ୍ରେସ ଆସୋସିଏସନ ନାମକ ଏକ ସଂସ୍ଥା ସମ୍ପର୍କରେ ତଦନ୍ତ କରି ରିପୋର୍ଟ ଦେବାପାଇଁ ଚିଠି ହୋଇଥିଲା।ଉକ୍ତ ପତ୍ର ଅନୁସାରେ ବାଲିକୁଦା ବିଡ଼ିଓ ତଦନ୍ତ ରିପୋର୍ଟ ପତ୍ର ସଂଖ୍ୟା ୪୨୪୧ ତା ୧୧।୧୧।୧୯ ରେ ଜେନେରାଲ ମିସ ସେକ୍ସନର ଡେପୁଟି କଲେକ୍ଟରଙ୍କ ନିକଟକୁ ପଠାଇଥିଲେ।ବାଲିକୁଦା ବିଡ଼ିଓ ୬(ଛଅ) ଟି ପଏଣ୍ଟ କୁ ନେଇ ତଦନ୍ତ ରିପୋର୍ଟ ଦାଖଲ କରିଥିବାର ତଥ୍ୟ ସୂଚନା ଅଧିକାର ଆଇନ ବଳରେ ପତ୍ର ସଂଖ୍ୟା ୪୩୬୩ ତା ୨୭।୧୧।୨୦୧୯ ରେ ପ୍ରଦାନ କରିଛନ୍ତି।ମାତ୍ର ଆଶ୍ଚର୍ଯ୍ୟର
ବିଷୟ ଯେ, ବାଲିକୁଦା ବିଡ଼ିଓ ୬ଟି ପଏଣ୍ଟରେ ତଦନ୍ତ ରିପୋର୍ଟ ଦେଇଥିବା ସମୟରେ ଜେନେରାଲ ମିସ ସେକ୍ସନ ଡେପୁଟି କଲେକ୍ଟରଙ୍କ ପାଖରେ ୭ଟି ପଏଣ୍ଟ ଥିବା ଚିଠି ପହଁଚିଛି ଯାହାର ତଥ୍ୟ ସୂଚନା ଅଧିକାର ଆଇନ ବଳରେ ପତ୍ର ସଂଖ୍ୟା ୯୩୨ ତା ୭।୧୨।୨୦୧୯ ରେ ମିଳିଛି।ଏଠାରେ ପ୍ରଶ୍ନ ଉଠେ ଯେ ବିଡ଼ିଓଙ୍କ ପାଖରୁ ୬ଟି ପଏଣ୍ଟ ର ଚିଠି ଡେପୁଟି କଲେକ୍ଟରଙ୍କ ପାଖରେ ପହଁଚିଲା ସମୟରେ ୭ଟି ପଏଣ୍ଟ ର ହେଇଗଲା କିପରି।କିଏ ଏ ଜାଲିଆତି କଲା ଯାହା ଏକ ସାଙ୍ଘାତିକ ଘଟଣା।ଏଭଳି ଜାଲିଆତି ସମ୍ପର୍କରେ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି।

Leave A Reply

Your email address will not be published.