Webportal

ସରକାର ବାଧକ ପୁଲିସ ମହାସଂଘ ନିର୍ବାଚନ ରେ : ବିରୋଧୀ

0 131

କନଷ୍ଟେବଳ-ସିପାହୀ ମହାସଂଘର ନିର୍ବାଚନ ଗତ ଦୁଇ ବର୍ଷ ଧରି ହୋଇପାରିନାହିଁ। ପୋଲିସ ମହାନିର୍ଦ୍ଦେଶକ ଏଥିପାଇଁ ଅନୁମତି ଦେଉ ନ ଥିବାରୁ ପୋଲିସ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ତୁରନ୍ତ ନିର୍ବାଚନ କରାଇବା ଲାଗି ବାଚସ୍ପତି ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ବିଧାନସଭାରେ ବିରୋଧୀ ଦାବି କରିଛନ୍ତି।

ଶୁକ୍ରବାର ବିଧାନସଭା ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ କହିଥିଲେ ଯେ, ପୋଲିସ ବିନା ଆମେ କେହି ସୁରକ୍ଷିତ ନୁହେଁ। ମହାସଂଘ ମାଧ୍ୟମରେ ସେମାନେ ତାଙ୍କ ସମସ୍ୟା ରାଜ୍ୟ ସରକାରଙ୍କ ନିକଟରେ ପହଞ୍ଚାଇଥାନ୍ତି। ଗତ ୨ ବର୍ଷ ହେବ ନିର୍ବାଚନ ହୋଇନାହିଁ। ସରକାର ଜାଣିଶୁଣି ନିର୍ବାଚନ କରାଇ ଦେଉନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଏପରିକି ମହାସଂଘର ବାଇ ଲ’ ଅନୁଯାୟୀ ପ୍ରତି ଦୁଇ ବର୍ଷରେ ଥରେ ନିର୍ବାଚନ ହେବା କଥା। କୋଭିଡ ନଥିଲେ ମଧ୍ୟ ନିର୍ବାଚନ କରିବାକୁ ଅନୁମତି ଦିଆଯାଉନାହିଁ। ନିର୍ବାଚନ କରିବା ଲାଗି ଅନୁମତି ଦେବା ପାଇଁ ବାଚସ୍ପତି ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସେ କହିଥିଲେ। ସେହିଭଳି କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତି ମଧ୍ୟ ମହାସଂଘ ନିର୍ବାଚନ ହୋଇ ନ ଥିବା ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଡିଜି, ଆଇଜିଙ୍କୁ ଅନେକ ବାର ଘେରାଉ କରାଯାଇଛି। କେବେସୁଦ୍ଧା ମହାସଂଘ ନିର୍ବାଚନ ହେବ ସେନେଇ ବାଚସ୍ପତି ରୁଲିଂ ଦିଅନ୍ତୁ ବୋଲି ସେ କହିଛନ୍ତି।

Leave A Reply

Your email address will not be published.