Webportal

ସଂଘକୁ ଖୁସି କରିବାକୁ ବୟାନ; ଭଷ୍ୟତରେ ଦେଶରେ ଜାତୀୟ ପତାକା ତ୍ରିରଙ୍ଗା ବଦଳରେ ଉଡିବ ଗେରୁଆ ପତାକା: ବିଜେପି ନେତା

0 194

ଭବିଷ୍ୟତରେ ଦେଶରେ ଜାତୀୟ ପତାକା ତ୍ରିରଙ୍ଗା ବଦଳରେ ଉଡିବ ଗେରୁଆ ପତାକା। ଏହିଭଳି ଏକ ବିବାଦୀୟ ବୟାନ ଦେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତା କେଏସ ଈଶ୍ଵରପ୍ପା। ବିଜେପି ନେତା ଏହା ମଧ୍ୟ କହିଛନ୍ତି ଯେ, ତ୍ୟାଗ ଏବଂ ବଳିଦାନର ପ୍ରତୀକ ହେଉଛି ଗେରୁଆ ପତାକା।

ଈଶ୍ଵରପ୍ପା କହିଛନ୍ତି, ଆମ ଦେଶରେ ଗେରୁଆ ପତାକାକୁ ଦୀର୍ଘ ସମୟରୁ ସମ୍ମାନ ଦିଆଯାଉଛି। ହଜାର ହଜାର ବର୍ଷ ଧରି ଏହାର ଇତିହାସ ରହିଛି। ଗେରୁଆ ପତାକା ହେଉଛି ବଳିଦାନର ପ୍ରତୀକ। ଆରଏସଏସରେ ଆମେ ଗେରୁଆ ପତାକା ସାମ୍ନାରେ ପ୍ରାର୍ଥନା କରୁ ଏବଂ ଏହାର ସଂସ୍କୃତି ଆମ ପାଇଁ ବହୁ ଗୁରୁତ୍ଵ ବହନ କରୁଛି। ଦିନ ଆସିବ ଗେରୁଆ ପତାକା ଦେଶର ଜାତୀୟ ପତାକାର ମାନ୍ୟତା ପାଇବ ଏବଂ ଏଥିରେ କୌଣସି ସନ୍ଦେହ ନାହିଁ ବୋଲି ବିଜେପି ନେତା କହିଛନ୍ତି।

ସୂଚନାଯୋଗ୍ୟ, ଜଣେ କଣ୍ଟ୍ରାକ୍ଟରଙ୍କ ମୃତ୍ୟୁ ଏବଂ ଭ୍ରଷ୍ଟାଚାର ଅଭିଯୋଗରେ ଈଶ୍ଵରପ୍ପାଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରାଯାଇଛି। ସେ ପୂର୍ବରୁ ମଧ୍ୟ ତ୍ରିରଙ୍ଗା ପତାକାକୁ ଅଯଥା ବିବାଦ ସୃଷ୍ଟି କରି ସାରିଛନ୍ତି ।

ତେବେ ଏବେ ପୁଣି ତାଙ୍କର ଏହିପରି ଏକ ବୟାନ ରାଜନୀତି କୁ ସରଗରମ କରିଦେଇଛି ।

Leave A Reply

Your email address will not be published.